ଷ୍ଟକ ବଜାରରେ ହ୍ରାସ ଦେଖିବାକୁ ମିଳିଛି । ବିଶେଷକରି ଆଇଟି କମ୍ପାନୀ କ୍ଷେତ୍ରରେ ଏହି ହ୍ରାସ ଦେଖାଯାଇଛି । ଯଦି ଦେଖିବା ହିରୋ ମଟୋକାର୍ପ, ୟୁନାଇଟେଡ୍ ସ୍ପିରିଟ ଏକ ବର୍ଷ ମଧ୍ୟରେ ସର୍ବୋଚ୍ଚସ୍ତରରେ ପହଞ୍ଚିଛି । ଅନ୍ୟପଟେ ବିଏସଇ ସେୟାର ଟ୍ରେଣ୍ଡରେ ରହିଛି । ସେହିପରି ଏଚଡିଏଫସି ବ୍ୟାଙ୍କର ସେୟାର ଆରମ୍ଭରୁ ହିଁ ଅଧିକ ଦେଖାଯାଇଛି ।ତେବେ ଷ୍ଟକ ମାର୍କେଟ ଆରମ୍ଭ ହେବାର ଅର୍ଥାତ 9.50 ମିନିଟରେ ସେନସେକ୍ସ ବୃଦ୍ଧି ପାଇବା ସହିତ ନିଫ୍ଟି ମଧ୍ୟ 25400 ଉପରକୁ ରହିଥିଲା । ଯାହାକି ମଙ୍ଗଳବାର ସହିତ ସମାନ ଅଟେ । ବ୍ୟାଙ୍କ ନିଫ୍ଟି ପାଇଁ ସେୟାର ବଜାରକୁ ରିଲିଫ ମିଳିଛି । କାରଣ ଆଇଟି ସେୟାର ହ୍ରାସ ପାଉଥିବା ବେଳେ ବ୍ୟାଙ୍କ ସେୟାର ବୃଦ୍ଧି ପାଉଥିବାରୁ ମାର୍କେଟରେ ସନ୍ତୁଳନ ଦେଖାଯାଇଛି । ଆଜି ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଭଳି ଅନେକ ଘରୋଇ ବ୍ୟାଙ୍କର ସେୟାର ମଜଭୁତ ରହିଛି । ବ୍ୟାଙ୍କ ନିଫ୍ଟିରେ 12ଟି ବ୍ୟାଙ୍କର ସେୟାର ବଢୁଛି । କେବଳ ଆକ୍ସିସ ବ୍ୟାଙ୍କର ସେୟାର କମିବାରେ ଲାଗିଛି ।ବିଏସଇ ସେନସେକ୍ସ 42.52 ନିମ୍ନଗାମୀ ହୋଇ 83037ରେ ଆରମ୍ଭ ହୋଇଥିଲା । ସେହିପରି ନିଫ୍ଟି 25402 ରହିଛି । ସକାଳ 9.40 ସମୟରେ ବିଏସଇ ସେନସେକ୍ସରେ ଉଚ୍ଛୁକତା ଦେଖାଯାଇଥିଲା । ସେହିପରି ଡାଉନ ହୋଇଥିବା ସେୟାର ମଧ୍ୟରେ ଅଧିକାଂଶ ଆଇଟି ରହିଛି ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post