ମେଟ୍ରୋଓଡିଶା(୧୮.୩.୨୦୨୨):
ଚତୁର୍ଥ ସପ୍ତାହରେ ପହଞ୍ଚିଛି ରୁଷ-ୟୁକ୍ରେନ୍ ଯୁଦ୍ଧ। ବ୍ରିଟିସ ସାମରିକ ଗୁଇନ୍ଦା ସଂସ୍ଥା କହିଛି ଯେ, ଯୁଦ୍ଧରେ ଆକ୍ରମଣକାରୀ ରୁଷ ବିପୁଳ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛି । ଗୁରୁବାର ୟୁକ୍ରେନ୍ ବନ୍ଦୀ କରିଥିବା ୯ ଜଣ ରୁଷ ସେନାଙ୍କୁ ମୁକ୍ତ କରିଛି। ମେଲିଟିପୁଲ ମେୟରଙ୍କୁ ହସ୍ତାନ୍ତର ପରେ ୟୁକ୍ରେନ ପ୍ରତିବଦଳରେ ୯ ଜଣ ରୁଷ ସୈନ୍ୟଙ୍କୁ ମୁକ୍ତ କରିଥିବା ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ତେବେ ଯୁଦ୍ଧ ପରଠାରୁ ପ୍ରଥମଥର ପାଇଁ ଆମେରିକା ଓ ରୁଷ ମଧ୍ୟରେ ଯୋଗାଯୋଗ ହୋଇଛି। ଆମେରେକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସୁଲିଭାନ୍ ରୁଷର ସୁରକ୍ଷା ପରିଷଦ ସଚିବଙ୍କ ସହ ଆଲୋଚନା କରିଛନ୍ତି।

ବ୍ରିଟେନ୍ ଗୁଇନ୍ଦା ସଂସ୍ଥା ରିପୋର୍ଟ ଅନୁଯାୟୀ, ଏହି ଯୁଦ୍ଧରେ ରୁଷ ୭୦୦୦ ସୈନ୍ୟ ନିହତ ହୋଇଛନ୍ତି। ମାର୍ଚ୍ଚ ୨ଠାରୁ ରୁଷ ପକ୍ଷରୁ ଏବାଦରେ କୌଣସି ଅପଡେଟ୍ ପ୍ରଦାନ କରାଯାଇ ନାହିଁ। ଅନ୍ୟପଟେ ଗତ ୨୪ ଘଣ୍ଟାରେ ବୋମା ବର୍ଷଣ ଯୋଗୁ ଚେରନିଭ୍ରେ ୫୩ ଜଣ ସାଧାରଣ ଳୋକଙ୍କ ମୃତ୍ୟୁ ଘଟିଛି । ସେପଟେ ୨୩ ଦିନର ଯୁଦ୍ଧରେ ପୁଟିନ୍ ସେନା ପାଇଁ ଏଯାଏଁ ରାଜଧାନୀ କିଭ୍ ଦଖଲ ସମ୍ଭବ ହୋଇନଥିବା ବେଳେ, ଦକ୍ଷିଣ-ପୂର୍ବ ବନ୍ଦର ନଗରୀ ମାରିଉପୋଲରେ ତାଣ୍ଡବ ଜାରି ରହିଛି । ପୂର୍ବରୁ ସେଠାକାର ମାଟର୍ନିଟି ହସ୍ପିଟାଲ ଆକ୍ରମଣର ଶିକାର ହୋଇଥିବା ବେଳେ, ଏବେ ଡ୍ରାମା ଥିଏଟର୍ ଉପରେ ବୋମା ବର୍ଷଣ କରିଛି ପୁଟିନ ସେନା।