ଆପଣମାନେ କେବେ ନା କେବେ ଲକ୍ଷ୍ୟ କରିଥିବେ ଆପଣଙ୍କ ଘରେ କିମ୍ବା ପୂଜା ମଣ୍ଡପରେ ପ୍ରତ୍ୟେକ ପୂଜା ଆରମ୍ଭ ପୂର୍ବରୁ ପୁରୋହିତ ପ୍ରଥମେ ଗଣେଶଙ୍କ ବନ୍ଦନା ପାଠ କରି ପୂଜା କାର୍ଯ୍ୟ ଆରମ୍ଭ କରିଥାନ୍ତି । ହେଲେ କାହିଁକି ଅନ୍ୟ ଦେବାଦେବୀଙ୍କୁ ଛାଡି ପ୍ରଥମେ ପ୍ରଭୁ ଗଣେଶଙ୍କୁ ପୂଜା କରାଯାଏ ? କଣ ଏମିତି ପ୍ରଶ୍ନ ଆପଣଙ୍କ ମନକୁ କେବେ ଆସିଛି କି ?“ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭ , ନିର୍ବିଘ୍ନ କୁରୁମେ ଦେବ ସର୍ବ କାର୍ୟ୍ୟେଷୁ ସର୍ବଦା ” ଏହିଭଳି କିଛି ଗଣେଶ ବନ୍ଦନା ବିଭିନ୍ନ ଶୁଭ କାର୍ଯ୍ୟ ଆଗରୁ ପାଠ କରାଯାଏ । ପୁରୋହିତ ସମସ୍ତ ପୂଜା ପ୍ରାରମ୍ଭରୁ ହିଁ ଏହି ଗଣେଶ ବନ୍ଦନାକୁ ପାଠ କରନ୍ତି ଓ ପରେ ଅନ୍ୟ ଦେବାଦେବୀଙ୍କୁ ପୂଜା କରନ୍ତି । ଏହାର କାରଣ ହେଉଛି ଭଗବାନ ଗଣେଶଙ୍କୁ ହିନ୍ଦୁ ଧର୍ମରେ ବିଘ୍ନବିନାଶକ ଭାବରେ ମନାଯାଏ । କୁହାଯାଏ, କୌଣସି ବିଘ୍ନ ଆସୁଥିଲେ ପ୍ରଭୁ ଗଣେଶଙ୍କୁ ତାଙ୍କର ବନ୍ଦନା ପାଠ କରି ସ୍ମରଣ କଲେ ଆସୁଥିବା ବିଘ୍ନର ବିନାଶ ହୋଇଥାଏ । ଏଣୁ ଗଣେଶଙ୍କୁ ବିଘ୍ନ ବିନାଶକ ନାମରେ ମଧ୍ୟ ଡକାଯାଏ ।ସାଧାରଣତଃ ପୂଜାରେ କାଳେ କେଉଁଠି ତ୍ରୁଟି ରହିଯାଇଥିବ ଓ ଏହା ପୂଜାକୁ ଅନର୍ଥ କରିଦେବ, ଏହି ଦୃଷ୍ଟିରୁ ପ୍ରଥମେ ଗଣେଶଙ୍କ ଶରଣ ପଶି ପୂଜା କରାଯାଏ । ଯଦି ପୂଜାରେ କେଉଁଠି ତ୍ରୁଟି ରହିଯାଇଥିବ ତାହେଲେ ଭଗବାନ ଗଣେଶ ସେହି ବିଘ୍ନର ବିନାଶ କରିଥାନ୍ତି । ଏହାପରେ ପୁରୋହିତ ଅନ୍ୟ ଦେବାଦେବୀଙ୍କ ବନ୍ଦନା ପାଠ କରି ପୂଜା କାର୍ୟ୍ୟ କରିଥାନ୍ତି । ଏହି କାରଣରୁ ଗଣେଶଙ୍କ ବନ୍ଦନା ପ୍ରଥମେ ପାଠ କରାଯାଇଥାଏ । ଘର, ଅଫିସ କିମ୍ୱା ଶିକ୍ଷାନୁଷ୍ଠାନର ପ୍ରବେଶ ଦ୍ୱାର ମୁହଁରେ ଗଣେଶଙ୍କୁ ରଖି ପୂଜା କରାଯାଏ ଯାହା ଫଳରେ ଆଗକୁ ଆସୁଥିବା ବିପଦକୁ ପ୍ରଥମେ ଭଗବାନ ଗଣେଶ ଏଡାଇ ଦେଇଥାନ୍ତି ।
Trending
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
- STF ର DIG ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଡକ୍ଟର କନୱର ବିଶାଲ ସିଂହ
- ସବୁଠୁ ଅଧିକ ସମୟ ଯାଏ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଭାଙ୍ଗିବେ ନେହରୁଙ୍କ ରେକର୍ଡ
- ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ
- ରାଜ୍ୟ କ୍ୟାବିନେଟ: ଆସିବ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ
- ଦିଲ୍ଲୀ ଗଲେ ନବୀନ
- ଓଡ଼ିଶା ସରକାରଙ୍କ ନୂଆ ନିର୍ଦ୍ଦେଶନାମା ,ଆଜି ଠାରୁ କେବଳ କିଣାହେବ ଇଭି ଯାନ
Prev Post
Next Post