ଆସୋସିଏଟ୍ ପ୍ରଫେସର ପଦ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ସେପ୍ଟେମ୍ବର ୪ରୁ ଅକ୍ଟୋବର ୪ ତାରିଖ ମଧ୍ୟରେ ଏଥିପାଇଁ ଅନଲାଇନରେ ଆବେଦନ ଗ୍ରହଣ କରାଯିବ । ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧିନରେ କଳାହାଣ୍ଡି ସରକାରୀ ଇଞ୍ଜିନିୟରିଂ କଲେଜରେ ଗ୍ରୁପ-ଏ’ରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ଏ ବାବଦରେ ସବିଶେଷ ସୂଚନା ପାଇବା ପାଇଁ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିପାରିବେ ।ମୋଟ ୮ଟି ପଦ ଖାଲି ରହିଥିବା ବେଳେ ୟୁଆର, ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଛି । ସିଭିଲ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ, ମେକାନିକାଲ ଇଞ୍ଜିନିୟରିଂ, ୱାର୍କଶପ ସୁପରିଟେଣ୍ଡେଣ୍ଟ, କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଷୟରେ ଆସୋସିଏଟ୍ ପ୍ରଫେସର ପଦ ପୂରଣ ହେବ । ଯୋଗ୍ୟ ପ୍ରାର୍ଥୀଙ୍କୁ ୧,୩୧,୪୦୦ ଟଙ୍କା ଏଣ୍ଟ୍ରି ପେ ପ୍ରଦାନ କରାଯିବ । ଆବେଦନର ଅନ୍ତିମ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୬୦ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ ।ପ୍ରାର୍ଥୀ ପ୍ରାସଙ୍ଗିକ କ୍ଷେତ୍ରରେ ପିଏଚ.ଡି ଡିଗ୍ରୀ ହାସଲ କରିବା ସହିତ ପ୍ରାସଙ୍ଗିକ ବ୍ରାଞ୍ଚରେ ସ୍ନାତକ କିମ୍ବା ସ୍ନାତକୋତ୍ତରରେ ପ୍ରଥମ ଶ୍ରେଣୀରେ ପାସ୍ କରିଥିବେ । ପ୍ରାର୍ଥୀଙ୍କର ଅତି କମରେ ୬ଟି ରିସର୍ଚ୍ଚ ଏସସିଆଇ ଜର୍ଣ୍ଣାଲସ/ ୟୁଜିସି/ ଏଆଇସିଟିଇ ମଞ୍ଜୁରୀପ୍ରାପ୍ତ ଲିଷ୍ଟ ଅଫ୍ ଜର୍ଣ୍ଣାଲ୍ସରେ ପ୍ରକାଶିତ ହୋଇଥିବ । ପ୍ରାର୍ଥୀଙ୍କର ଅତିକମରେ ୮ ବର୍ଷର ଶିକ୍ଷାଦାନ / ରିସର୍ଚ୍ଚ କ୍ଷେତ୍ରରେ ଅଭିଜ୍ଞତା ରହିଥିବ । ଆବେଦନର ଅନ୍ତିମ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ମୋଟ ରିସର୍ଚ୍ଚ ସ୍କୋର ୭୫ ରହିଥିବା ଆବଶ୍ୟକ ।
Trending
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
- STF ର DIG ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଡକ୍ଟର କନୱର ବିଶାଲ ସିଂହ
- ସବୁଠୁ ଅଧିକ ସମୟ ଯାଏ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଭାଙ୍ଗିବେ ନେହରୁଙ୍କ ରେକର୍ଡ
- ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ
- ରାଜ୍ୟ କ୍ୟାବିନେଟ: ଆସିବ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ
- ଦିଲ୍ଲୀ ଗଲେ ନବୀନ
- ଓଡ଼ିଶା ସରକାରଙ୍କ ନୂଆ ନିର୍ଦ୍ଦେଶନାମା ,ଆଜି ଠାରୁ କେବଳ କିଣାହେବ ଇଭି ଯାନ