ଅନୁସନ୍ଧାନକାରୀ ଅଧ୍ୟୟନରେ ଏହା ଜାଣିବାକୁ ପାଇଛନ୍ତି ଯେ, ଭାଇରସର ସ୍ପାଇକ ପ୍ରୋଟିନ ‘ବ୍ୟାକ ଡୋର’ ଦେଇ ମସ୍ତିସ୍କର କୋଷିକାଗୁଡିକୁ ପ୍ରବେଶ କରିଥାଏ। ଏହା ଏପରି ଏକ ପ୍ରକ୍ରିୟା, ଯାହା କୋଭିଡ-୧୯ ରୋଗୀମାନଙ୍କ ମଧ୍ୟରେ ଦେଖାଯାଇଥିବା ନ୍ୟୁରୋଲୋଜିକାଲ ଲକ୍ଷଣକୁ ବାଖ୍ୟା କରିଥାଏ। ଏହି ଅନୁସନ୍ଧାନରେ ଏକ ମୂଷା ଉପରେ ପରୀକ୍ଷା କରାଯାଇଥିଲା, କିପରି ଏହି ଭାଇରସ ମସ୍ତିସ୍କକୁ ପ୍ରଭାବିତ କରିଥାଏ।ନେଚର ମାଇକ୍ରୋବାଓଲୋଜୀ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଯେ, ସ୍ପାଇକ ପ୍ରୋଟିନ ଏକ ବିଶେଷ ଭାଗ ଉପରେ କେନ୍ଦ୍ରୀତ ଯାହାକୁ ‘ଫ୍ଲୁରିନ କ୍ଲିଭେଜ ସାଇଟ’ କୁହାଯାଇଥାଏ। ଏହି ସାଇଟ ସାଧାରଣତଃ ACE2 ରିସେପ୍ଟରଗୁଡିକୁ ‘ଫ୍ରଣ୍ଟ ଡୋର’ ମାଧ୍ୟମରେ କୋଷଗୁଡିକୁ ପ୍ରବେଶ କରିବାରେ ସାହାଯ୍ୟ କରିଥାଏ। ଯେତେବେଳେ ଏହି ସାଇଟ ହଟିଯାଏ, ସେତେବେଳେ ଏହି ଭାଇରସ ବାଧ୍ୟହୋଇ ‘ବ୍ୟାକ ଡୋର’ ଦେଇ କୋଷ ମଧ୍ୟକୁ ପ୍ରବେଶ କରିଥାଏ।ଏହି ଦୁଇ ଦ୍ୱାର ବ୍ରେନ ସେଲରେ ଅଧିକ ସଂକ୍ରମିତ ହେବାକୁ ସୁଯୋଗ ଦେଇଥାଏ। ଏଥିପାଇଁ କୋଭିଡ-୧୯ ରୋଗୀ ନ୍ୟୁରୋଲୋଜିକାଲ ସମସ୍ୟା ଯେପରିକି ବ୍ରେନ ଫଗ, ମୁଣ୍ଡ ବୁଲାଇବା ଏବଂ ମେମୋରୀ ଲସ୍ ଭଳି ଅସୁବିଧା ଭୋଗିଥାଏ।ଅନୁସନ୍ଧାନକାରୀମାନେ ଏହି ପରୀକ୍ଷଣ ମୂଷାଙ୍କ ଉପରେ କରିଥିଲେ, ଯାହା ମାନବ ACE2 ରିସେପ୍ଟର ଉତ୍ପାଦନ ପାଇଁ ଜେନେଟିକ ଭାବେ ରୂପାନ୍ତରିତ ହୋଇଥିଲା, ଯାହା ଜୀବାଣୁ କୋଷରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଥିଲେ। SARS-CoV-2 କୁ ଏହି ମୂଷାମାନଙ୍କ ମଧ୍ୟରେ ପରୀକ୍ଷଣ କରାଯିବା ପରେ ବୈଜ୍ଞାନିକମାନେ ଉଭୟ ଫୁସଫୁସ ଏବଂ ମସ୍ତିଷ୍କ ଟିସୁରୁ ଭାଇରାଲ ଜିନୋମକୁ ବିଶ୍ଳେଷଣ କରିଥିଲେ। ରେଜଲ୍ଟ ଆସିବାପରେ ଜଣାପଡିଥିଲା ଯେ, ଫୁରିନ୍ କ୍ଲିଭେଜ ସାଇଟ ମ୍ୟୁଟେସନ ମସ୍ତିଷ୍କ କୋଷକୁ ସଂକ୍ରମିତ ହେଉଛି ବୋଲି ସ୍ପଷ୍ଟ ହୋଇଥିଲା।
Trending
- ୧୦ ମାସ ପରେ ବ୍ରହ୍ମପୁର ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା,ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ହୋଇଥିଲେ ଗିରଫ
- ସ୍ୱାୟତ୍ତ ଶାସନ ଦିବସ: ସହରର ବିକାଶ ପାଇଁ ଏକଜୁଟ ହେବାକୁ ଟିଟିଲାଗଡ଼ ପୌରପରିଷଦର ଆହ୍ୱାନ
- ଯେପର୍ଯ୍ୟନ୍ତ ଅତ୍ୟନ୍ତ ଆବଶ୍ୟକ ନହୋଇଛି, ସେପର୍ଯ୍ୟନ୍ତ ସୁନା କିଣିବାରୁ ଦୂରେଇ ରହିବା ଉଚିତ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବ୍ଲିଡିଂ ମାନ୍ୟତା ,ଭାରତର ପ୍ରଥମ ଲୋକଭବନ ଭାବେ ଏହି ମାନ୍ୟତା ହାସଲ କରିଛି ଓଡ଼ିଶା ଲୋକଭବନ
- ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମାେହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
- ବାଣ କାରଖାନାରେ ବିସ୍ଫୋରଣ : ୮ ପିଲାଙ୍କ ସମେତ ୧୧ ମୃତ ୫ ଗୁରୁତର
- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାରା ସ୍ପେଶାଲ ଫୋର୍ସେସ ଅଧିକାରୀ ଋଷଭ ସିଂହ ସାଂବ୍ୟାଲଙ୍କ ଇସ୍ତଫା, ପାରିବାରିକ ଓ ବ୍ୟକ୍ତିଗତ କାରଣ ପାଇଁ ନେଲେ ଅବସର
- ମାଆ ମଝିଘରିଆଣି ଦେବୀଙ୍କ ଦାନ ହୁଣ୍ଡିରୁ ମିଳିଲା ୫୪ ଲକ୍ଷ
- ନେପାଳ ବନ୍ୟା: ଏପର୍ଯ୍ୟନ୍ତ ୯୦୩ ମୃତଦେହ ଉଦ୍ଧାର ସମେତ ୪,୦୦୦ ରୁ ଅଧିକ ନିଖୋଜ
- କଟକରେ ନାବାଳିକା ଅପହରଣ ମାମଲା: ଜଣେ ବୃଦ୍ଧଙ୍କ ଫଟୋ ଜାରି କରି ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ପୋଲିସ
Prev Post