ଖୁବଶୀଘ୍ର ଲୋକଙ୍କ ମନରୁ ଏହି ଭୟ ଦୂର କରିବାକୁ ଯାଉଛି ଭାରତର ସ୍ୱାସ୍ଥ୍ୟ ବିଭାଗ । ଡେଙ୍ଗୁ ସହ ଲଢିବା ପାଇଁ ଭାରତ ସ୍ୱଦେଶୀ ଟୀକା ପ୍ରସ୍ତୁତ କରିସାରିଛି । ଏହାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଲ ମଧ୍ୟ ଆରମ୍ଭ ହୋଇଯାଇଛି । ଇଣ୍ଡିଆନ୍ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚ ପ୍ୟାନେସିଆ ବାୟୋଟିକ ସହ ମିଶି ଦେଶରେ ଡେଙ୍ଗୁର ସଫଳ ଟୀକା ପ୍ରସ୍ତୁତ କରିଛି । ଏହାର ୨ଟି କ୍ଲିନିକାଲ ଟ୍ରାଏଲ ସଫଳତା ପାଇଥିବା ବେଳେ ଏବେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ ହୋଇଛି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।ରିପୋର୍ଟ ଅନୁସାରେ, ଭାରତରେ ଡେଙ୍ଗୁର ପ୍ରଥମ ସ୍ୱଦେଶୀ ଟୀକା ଟ୍ରାଏଲରେ ୧୦,୩୩୫ ପାର୍ଟିସିପେଣ୍ଟସକୁ ସାମିଲ କରାଯାଇଛି । ପ୍ରଥମ ଟୀକା ରୋହତକର ପଣ୍ଡିତ ଭଗବତ ଦୟାଲ ଶର୍ମା ପିଜି ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସର ଜଣେ ବ୍ୟକ୍ତିଙ୍କ ଉପରେ ପ୍ରୟୋଗ କରାଯାଇଥିଲା । ଏହାପରେ ୧୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଟୀକାର ଟ୍ରାଏଲ କରାଯିବ । ଏହା ଡେଙ୍ଗୁର ଶେଷ ପର୍ଯ୍ୟାୟ ଟ୍ରାଏଲ ହୋଇଥିବା ବେଳେ ଏଥିରେ ସଫଳତା ମିଳିଲେ ଖୁବଶୀଘ୍ର ଏହା ମାର୍କେଟରେ ମଧ୍ୟ ଉପଲବ୍ଧ ହୋଇପାରିବ ।ଡେଙ୍ଗୁରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀର ଦୁର୍ବଳ ହୋଇଯିବା ସହ ପ୍ଲେଟଲେଟ କାଉଣ୍ଟ ମଧ୍ୟ କମ୍ ହୋଇଯାଏ । ତେବେ ଟୀକା ଉପଲବ୍ଧ ହେବା ପରେ ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇପାରିବେ ସଂକ୍ରମିତ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ଏହାକୁ ନେଇ କହିଛନ୍ତି ଯେ, ଏହି ଟୀକା ଡେଙ୍ଗୁ ବିରୋଧରେ ବେଶ୍ ସଫଳତା ପାଇପାରିବ ଏବଂ ଆତ୍ମନିର୍ଭର ଭାରତକୁ ମଜବୁତ କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ହେବ ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ