ଓଠର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ ଏହି ଉପାୟ

lips

ମେଟ୍ରୋ ଟିଭି ଓଡିଶା (୧୪ .୩ . ୨୦୨୨) :

ସୁନ୍ଦର ଓଠ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ । ଶୀତରେ ଓଠର ବିଶେଷ ଯତ୍ନ ନେବା ଆବଶ୍ୟକ ।

ଜାଣନ୍ତୁ କିଛି ଟିପ୍ସ ବିଷୟରେ…..


ଅଲିଭ୍ ତେଲ ଏବଂ ଭେସଲିନ୍ ମିଶ୍ରଣ କରନ୍ତୁ ଏବଂ ଏହାକୁ ଦିନକୁ ତିନି କିମ୍ବା ଚାରିଥର ଓଠରେ ଲଗାନ୍ତୁ ।ନରମ ଓଠ ପାଇଁ ଟିକେ ମହୁ ନେଇ ଆଙ୍ଗୁଠିରେ ଓଠରେ ଧୀରେ ଧୀରେ ଘଷନ୍ତୁ । ଏହାଦ୍ୱାରା ଓଠ ନରମ, ଗୋଲାମି ଓ ସୁନ୍ଦର ହୋଇଥାଏ। ଦୁଇ ଚାମଚ କୋକୋ ବଟର, ଅଧା ଚାମଚ ମହୁ ନିଅନ୍ତୁ । ବର୍ତ୍ତମାନ ଏହି ମିଶ୍ରଣକୁ ଓଠରେ ବ୍ରଶ ସାହାଯ୍ୟରେ ଲଗାନ୍ତୁ । ଏହା ଓଠର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ।