ସ୍ବାଧୀନତା ଦିବସ:ସୀମାକୁ ସୁରକ୍ଷିତ ରଖିବାକୁ ଦିନରାତି ଏକ କରିଦେଇଛି ସେନା

ସୀମାରେ ବଢ଼ିଲା ସୁରକ୍ଷା। ସ୍ବାଧୀନତା ଦିବସ ପାଳନ ପାଇଁ ସାରା ଦେଶ ପ୍ରସ୍ତୁତିରେ ଲାଗିପଡ଼ିଛି । ସେପଟେ ସୀମାକୁ ସୁରକ୍ଷିତ ରଖିବାକୁ ସେନା ମଧ୍ୟ ଦିନରାତି ଏକ କରିଦେଇଛି । ଜମ୍ମୁକାଶ୍ମୀରରେ ସୁରକ୍ଷାକୁ ବଢ଼ାଯାଇଛି । ବିଶେଷକରି ପାକିସ୍ତାନ ସହ ସୀମାବର୍ତୀ ଅଂଚଳରେ ପାଟ୍ରୋଲିଂକୁ ସୁଦୃଢ଼ କରାଯିବା ସହ କଡ଼ା ନଜର ରଖାଯାଛି । ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ଅଂଚଳ ଉପରେ ଦୃଷ୍ଟି ରଖାଯାଉଛି ।ପାକିସ୍ତାନ ପଟୁ ବାରମ୍ବାର ବାରମ୍ବାର ଅନୁପ୍ରବେଶ ଉଦ୍ୟମ କରାଯାଉଛି । ଏହାକୁ ରୋକିବାକୁ ବିଏସଏଫ ଯବାନମାନେ ସତର୍କ ଓ ସଜାଗ ରହିଛନ୍ତି। ନିକଟରେ ଜମ୍ମୁକାଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପ ବଢ଼ିଯାଇଛି। ଗୋଟିଏ ପରେ ଗୋଟିଏ ଆକ୍ରମଣ ଘଟାଉଛନ୍ତି ଆତଙ୍କବାଦୀ। ସେନା ମଧ୍ୟ ଆତଙ୍କବାଦୀଙ୍କ ବିରୋଧରେ ବଡ଼ ଅଭିଯାନ ଚଳାଇଛି। ତେଣୁ ସ୍ବାଧୀନତା ଦିବସରେ ଯେପରି କୌଣସି ଅଘଟଣ ନଘଟେ, ସେଥିପାଇଁ ସୁରକ୍ଷାକର୍ମୀମାନେ ସବୁପ୍ରକାର ଚେଷ୍ଟା କରୁଛନ୍ତି।