ପଞ୍ଚାୟତ ସମିତିରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା

୭ଟି ପଞ୍ଚାୟତ ସମିତିରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଏଥିମଧ୍ୟରୁ ୬ଟି ପଞ୍ଚାୟତ ସମିତିରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ବୌଦ୍ଧ ହରଭଙ୍ଗାରେ ଉପାଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ ହେବ । ଅଧ୍ୟକ୍ଷ ପାଇଁ ଉପନିର୍ବାଚନ ହେବାକୁ ପଞ୍ଚାୟତ ସମିତି ଗୁଡିକ ହେଲା ଗଞ୍ଜାମର କବିସୂର୍ୟ୍ୟନଗର, କୁକୁଡାଖଣ୍ଡି ଓ ଖଲ୍ଲିକୋଟ । କଳାହାଣ୍ଡିର ନର୍ଲା, ନବରଙ୍ଗପୁରର ରାଇଘର ଓ ନୟାଗଡର ଭାପୁରରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ । ଏଥିପାଇଁ ୧୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଆବଶ୍ୟକ ହେଲେ ୨୨ ତାରିଖ ଦିନ ୧୨ଟା ୩୦ରୁ ୨ ଟା ମଧ୍ୟରେ ଭୋଟଗ୍ରହଣ ହେବ । ଭୋଟଗ୍ରହଣ ସରିବା ପରେ ଭୋଟଗଣତି କରାଯାଇ ଫଳାଫଳ ଘୋଷଣା ହେବ ।