ଶରୀର ଦାନ ପ୍ରତି ଧୀରେ ଧୀରେ ଜନସାଧାରଣ ସଚେତନ ହେଉଛନ୍ତି। ଶରୀରଦାନକୁ ସରକାରୀ ସ୍ବୀକୃତି ମିଳିବା ପରେ ବହୁ ସଚେତନ ନାଗରିକ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ମୃତ୍ୟୁ ପରେ ଶରୀର ଦାନ କରିବାକୁ ଘୋଷଣାନାମା ଦାଖଲ କରୁଛନ୍ତି। ଏମ୍କେସିଜି ମେଡିକାଲ କଲେଜର ଆନାଟୋମି ବିଭାଗକୁ ବର୍ତ୍ତମାନ ସୁଦ୍ଧା ୨୯ଜଣଙ୍କ ମରଶରୀର ମିଳି ସାରିଲାଣି। ଯାହାକି ଗବେଷଣାରେ ବିନିଯୋଗ ହେଉଛି। ଓଡ଼ିଶା ଆନାଟୋମି ବିଲ୍-୨୦୧୨ ପାସ୍ ହେବା ପରେ ଶରୀରଦାନକୁ ଆଇଗତ ସ୍ବୀକୃତି ମିଳିଛି। ୨୦୧୩ ଫେବ୍ରୁଆରି ମାସରେ ମେଡିକାଲ୍ ସାଇନ୍ସ ଓ ଗବେଷଣା ଦିଗରେ ଓଡ଼ିଶା ସରକାର ଏହି ଐତିହାସିକ ପଦକ୍ଷେପ ନେଇଥିଲେ। ସର୍ବସମ୍ମତି କ୍ରମେ ଓଡ଼ିଶା ବିଧାନସଭାରେ ଗୃହୀତ ହୋଇଥିଲା ଓଡ଼ିଶା ଆନାଟୋମି ବିଲ୍-୨୦୧୨। ଯଦ୍ବାରା ଯେ କୌଣସି ବ୍ୟକ୍ତି ମୃତ୍ୟୁ ପରେ ପରିବାରବର୍ଗଙ୍କ ଜରିଆରେ ତାଙ୍କ ଶରୀର ଗବେଷଣା ପାଇଁ ସରକାରୀ ମେଡିକାଲକୁ ଦାନ ଆକାରରେ ଦେବେ ବୋଲି ଲିଖିତ ଘୋଷଣା କରିପାରିବେ।ବିଲ୍ ପାସ୍ ହେବା ପରେ ଏ ପର୍ଯ୍ୟନ୍ତ ପ୍ରାୟ ୯୫ଜଣ ବ୍ୟକ୍ତି ନିଜର ଶରୀର ଦାନ ପାଇଁ ଏମ୍କେସିଜିରେ ଘୋଷଣାନାମା ଦାଖଲ କରିଥିବା ଆନାଟୋମି ବିଭାଗ ପ୍ରଫେସର ଡା. ସାଗର ରଂଜନ ପୃଷ୍ଟି ସୂଚନା ଦେଇଛନ୍ତି। ଗତ ୨୦୧୩ରୁ ୨୦୨୩ ମଧ୍ୟରେ ଏମ୍କେସିଜି ମେଡିକାଲର ଆନାଟୋମି ବିଭାଗକୁ ମୋଟ ୨୯ଜଣଙ୍କ ମରଶରୀର ମିଳିଛି। ସେଥିମଧ୍ୟରୁ ୨୦୧୩ରେ ଗୋଟିଏ, ୨୦୧୭ରେ ଗୋଟିଏ, ୨୦୧୮ରେ ଦୁଇଟି, ୨୦୧୯ରେ ଦୁଇଟି, ୨୦୨୦ରେ ଗୋଟିଏ, ୨୦୨୧ରେ ଦୁଇଟି, ୨୦୨୨ରେ ୭ଟି ଓ ୨୦୧୩ରେ ୧୩ଟି ମିଳିଥିଲା। ଏମାନଙ୍କ ମଧ୍ୟରେ ୨୨ଜଣ ପୁରୁଷଙ୍କ ମରଶରୀର ରହିଥିବା ବେଳେ ୭ଜଣ ମହିଳାଙ୍କ ମରଶରୀର ରହିଛି। ଡା. ପୃଷ୍ଟି ଆନାଟୋମି ବିଭାଗରେ ପ୍ରଫେସର ଭାବେ ଯୋଗଦେବା ପରେ ସେ ଶରୀରଦାନ ପ୍ରକ୍ରିୟା ସମ୍ପର୍କରେ ଲୋକଙ୍କୁ ସଚେତନ କରି ଆସିବା ସହିତ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି। ଏଣୁ ଲୋକେ ଧୀରେ ଧୀରେ ଏଥିପ୍ରତି ସଚେତନ ହୋଇ ମୃତ୍ୟୁ ପରେ ଶରୀର ଦାନ ପାଇଁ ଘୋଷଣାନାମା ଦାଖଲ କରୁଛନ୍ତି।
Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା