ଶେଷ ହୋଇଛି ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥରୁ ଓହ୍ଲାଇ ପୁଣିଥରେ ରତ୍ନବେଦୀରେ ଶୋଭା ପାଉଛନ୍ତି ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା । ଏହାପରେ ଜଗନ୍ନାଥଙ୍କ ନନ୍ଦିଘୋଷ, ବଳରାମଙ୍କ ତାଳଧ୍ୱଜ ଏବଂ ମାତା ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ବର୍ତ୍ତମାନ ଭାଙ୍ଗି ଦିଆଯାଉଛି । କିନ୍ତୁ କାହିଁକି ରହିଛି ଏମିତି ପରମ୍ପରା ? କାହିଁକି ତିନି ରଥକୁ ଭାଙ୍ଗି ଅଲଗା କରି ଦିଆଯାଏ? ଆସନ୍ତୁ ଜାଣିବା ଜଗନ୍ନାଥଙ୍କର ଏହି ରହସ୍ୟ ବିଷୟରେ ।ଅକ୍ଷୟ ତୃତୀୟା ଦିନରୁ ଆରମ୍ଭ ହୋଇଥାଏ ଶ୍ରୀଜୀଉଙ୍କ ୩ ଟି ରଥର ର୍ନିମାଣ କାର୍ଯ୍ୟ । ପ୍ରାୟ ୨ ମାସର ଅକ୍ଲାନ୍ତ ପରିଶ୍ରମ ପରେ ଏହି ୩ ରଥର ନିର୍ମାଣ କାର୍ଯ୍ୟ ଶେଷ ହୋଇଥାଏ । ନିର୍ଦ୍ଦିଷ୍ଟ ନିତି ନିୟମ ମାନି ରଥ କାର୍ଯ୍ୟ ସମାପନ କରାଯାଇଥାଏ । ଏହି ରଥ କାର୍ଯ୍ୟ ଶେଷ ହେବା ପରେ ଘୋଷ ଯାତ୍ରା କରି ଗୁଣ୍ଡିଚା ମା ଘରକୁ ବୁଲିବାକୁ ଯାଇଥାନ୍ତି ଚତୁର୍ଦ୍ଧାମୂରତୀ । ସେଠାରେ ୯ ଦିନ ରହି ଦଶମୀ ଦିନ ବାହୁଡା ପର୍ବରେ ବଡ ଦେଉଳକୁ ଫେରିଯାଆନ୍ତି ଶ୍ରୀଜୀଉ । ସିଂହ ଦୁଆରରେ ସୁନାବେଶ ଏବଂ ଅଧରପଣା ପରେ ନୀଳାଦ୍ରିି ବିଜେ କରି ବଡ ଦେଉଳକୁ ଫେରି ଆସନ୍ତି ତିନି ଠାକୁର । ନିଳାଦ୍ରି ବିଜେ ପରମ୍ପରା ପରେ ପୂଜା ହୋଇ ଏହି ଆରମ୍ଭ ହୋଇଥାଏ ରଥଭଙ୍ଗା କାର୍ଯ୍ୟ । ଶ୍ରାବଣ ମାସରେ ଆରମ୍ଭ ହୁଏ ଏହି ରଥ ଭଙ୍ଗା କାର୍ଯ୍ୟ । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ, ପରେ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗି ଦିଆଯାଏ । ଶ୍ରୀ ମନ୍ଦିରର ଭୋଇ ସେବକ ମାନେ ଏହି ରଥଗଙ୍ଗା କାର୍ଯ୍ୟ କରିଥାନ୍ତି । ଏହି ରଥ ଭଙ୍ଗା କାର୍ଯ୍ୟ ୧୨ଦିନ ଧରି ଚାଲିଥାଏ । ପ୍ରଥମେ ରଥର ଦଧିନଉତି ଭଙ୍ଗା ଯାଏ ଏବଂ ପାରା ଭାଢି, ଚଉଦ ନାହାକ, ଦୁଆର ବେଢା, ଛଅ କାଠ, କଳସ ଓ ଶୂଆ ଏ ସବୁକୁ ଉପରୁ ତଳ ପର୍ଯ୍ୟନ୍ତ ଭଙ୍ଗା ଯାଇଥାଏ ।ଯେମିତି ରଥ ତଳ ଚକ ଠାରୁ ଆରମ୍ଭ ହୋଇ ଦଧି ନଉତି ପର୍ଯ୍ୟନ୍ତ କାମ ହୋଇ ଶେଷ ହୋଇଥାଏ । ସେହିପରି ଦଧିନଉତି ପାଖରୁ ଆରମ୍ଭ ହୋଇ ଚକା ପର୍ଯ୍ୟନ୍ତ ଶେଷ ହୋଇଥାଏ । ପ୍ରତିବର୍ଷ ଭଙ୍ଗା ଯାଇଥିବା ରଥର ଚକ, କଣକୁଜ, ଅଶ୍ୱ, ପ୍ରଭା, ସିଂହାସନ ଗୁଣ୍ଡିଚା ମନ୍ଦିରକୁ ଯାଇଥାଏ । ଏଠାରେ ଭକ୍ତମାନଙ୍କ ମଧ୍ୟରେ ନିଲାମ କରାଯାଏ ରଥର ସମସ୍ତ ଅଂଶବିଶେଷ । ଏହାକୁ ଭକ୍ତମାନେ ପାଇ ଜଗନ୍ନାଥଙ୍କ କୃପା ଲାଭ କରିଥାନ୍ତି । ଏହି ସମସ୍ତ କାର୍ଯ୍ୟ ଶ୍ରୀମନ୍ଦିର ପ୍ରଶାସନର ତତ୍ୱାବଧାନରେ ହୋଇଥିବା ବେଳେ ରଥରୁ ବାହରିଥିବା କାଠଗୁଡିକ ଶ୍ରୀ ମନ୍ଦିର ରୋଷଶାଳାକୁ ଯାଇଥାଏ । ସେହିପରି ସାରଥୀକୁ ନବକଳେବର ସମୟରେ ତିନି ଠାକୁରଙ୍କ ସହ ସମାଧୀ ଦିଆଯାଇଥାଏ ରଥରେ ଥିବା ଶୁଆ
Trending
- ବିହାର ରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ , ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ୬୦.୧୩ ପ୍ରତିଶତ ଭୋଟର ମତଦାନ ରେକର୍ଡ
- ନବୀନଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବିହାର ବିଧାନସଭା ନିର୍ବାଚନ , ଦିନ ୧୦ଟା ସୁଦ୍ଧା ୧୩.୧୩% ମତଦାନ
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
Prev Post
Next Post