କମ୍ପ୍ୟୁଟର ଓ ଲାପ୍ଟପ୍ ନିର୍ମାଣ କରୁଥିବା ବିଶ୍ବର ଅଗ୍ରଣୀ ସଂସ୍ଥା ଡେଲ୍ ଏହାର ୧୨,୫୦୦ କର୍ମଚାରୀଙ୍କୁ ଛଟେଇ କରିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉପରେ କମ୍ପାନି ଅଧିକ ଧ୍ୟାନ ଦେବାକୁ ଯାଉଥିବାରୁ ଏହାର ୧୦ ପ୍ରତିଶତ କର୍ମଚାରୀଙ୍କୁ ବିଦା କରିଛି। ନିକଟରେ ଚିପ୍ ନିର୍ମାତା ଇଣ୍ଟେଲ୍ ଏହାର ୧୮ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା। ବିଶ୍ବ ପ୍ରଯୁକ୍ତି ଦୁନିଆରେ ଚଳିତ ବର୍ଷ ଏକ ଲକ୍ଷ ୩୫ ହଜାରରୁ ଅଧିକ କର୍ମଚାରୀଙ୍କ ଛଟେଇ ହୋଇସାରିଲାଣି। କେବଳ ଜୁଲାଇ ମାସରେ ୮୦୦୦ କର୍ମଚାରୀ ଛଟେଇ ହୋଇଥିଲା। ଅବଶ୍ୟ, ଛଟେଇର ଏହି ମାତ୍ରା ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ଅଧିକ ରହିଛି। ଭାରତରେ ଛଟେଇ କିଛି ହାତଗଣତି ଷ୍ଟାର୍ଟଅପ୍ରେ ସୀମିତ ରହିଛି।ତେବେ ଡେଲ୍ ପକ୍ଷରୁ ଛଟେଇ କରାଯାଇଥିବା କର୍ମଚାରୀମାନଙ୍କୁ ଦୁଇ ମାସର ବେତନ ସହ ୩୬ ସପ୍ତାହ ପର୍ଯ୍ୟନ୍ତର ବେତନ ଦିଆଯାଇଛି। ଯେଉଁ କର୍ମଚାରୀ ଯେତିକି ବର୍ଷ କାର୍ଯ୍ୟ କରିଥିଲେ ସେମାନଙ୍କୁ ପ୍ରତିବର୍ଷ ପାଇଁ ଏକ ସପ୍ତାହର ବେତନ ଦିଆଯାଇଛି। ତେବେ ଦୀର୍ଘଦିନ ଧରି ଚାକିରି କରୁଥିବା କର୍ମଚାରୀମାନଙ୍କୁ ପ୍ରୋତ୍ସହନ ରାଶି ଓ ଷ୍ଟକ୍ ବିକଳ୍ପ ପ୍ରଦାନ କରାଯାଇନଥିବାରୁ ସେମାନେ ଅସନ୍ତୋଷ ଜାହିର କରିଛନ୍ତି।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ