ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ଅନେକ ପଦ ପୂରଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ଜୁଲାଇ ୨୭ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ତାହା ଅଗଷ୍ଟ ୧୫ ତାରିଖରେ ସମାପ୍ତ ହେବ । ସେପ୍ଟେମ୍ବର ୧ ତାରିଖରେ ପ୍ରିଲିମିନାରୀ ପରୀକ୍ଷା ଆୟୋଜିତ ହେବ । ଏହି ନିଯୁକ୍ତି ସମ୍ପର୍କରେ ସବିଶେଷ ତଥ୍ୟ ପାଇବା ପାଇଁ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଚେକ୍ କରିପାରିବେ ।ଆସିଷ୍ଟାଣ୍ଟ ମ୍ୟାନେଜର ଗ୍ରେଡରେ ଅନେକ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ମୋଟ ୧୦୨ଟି ପଦ ଖାଲି ରହିଛି । ଏଥିପାଇଁ ପ୍ରାର୍ଥୀଙ୍କୁ ୮୫୦ ଟଙ୍କାର ଆବେଦନ ଫିସ୍ ଭରିବାକୁ ପଡ଼ିବ । ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ପିଡବ୍ଲ୍ୟୁବିଡି ପ୍ରାର୍ଥୀଙ୍କ ପାଇଁ ଏହି ଫିସ୍ ଛାଡ଼ କରାଯାଇଛି । ପ୍ରାର୍ଥୀମାନେ ମାଷ୍ଟର, ରୁପେ, ଭିଜା ଆଦି ଡେବିଟ କିମ୍ବା କ୍ରେଡିଟ କାର୍ଡ, ଇଣ୍ଟରନେଟ୍ ବ୍ୟାଙ୍କିଂ ଜରିଆରେ ଅନଲାଇନ୍ ମୋଡ଼ରେ ପେମେଣ୍ଟ କରିପାରିବେ । ଚଳିତ ବର୍ଷ ଜୁଲାଇ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୦ ବର୍ଷ ହୋଇଥିବା ଆବଶ୍ୟକ । ନିୟମ ଅନୁସାରେ ପ୍ରାର୍ଥୀଙ୍କର ବୟସ କୋହଳ କରାଯିବ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ପ୍ରାସଙ୍ଗିକ ବିଷୟରେ ଡିପ୍ଲୋମା, ଡିଗ୍ରୀ, ପିଜି, ପିଜି ଡିପ୍ଲୋମା ଆଦି ରହିଥିବା ଆବଶ୍ୟକ ।
Trending
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
Prev Post
Next Post