ଭୋଳା ବାବାଙ୍କ ପ୍ରିୟ ମାସ ଶ୍ରାବଣ ମାସ ଜୁଲାଇ ୨୨ରୁ ଆରମ୍ଭ ହୋଇଛି । ଅଗଷ୍ଟ ୧୯ ପର୍ଯ୍ୟନ୍ତ ଶ୍ରାବଣ ମାସ ରହିଥିବାରୁ ପୁରା ମାସ ସାରା ଭୋଳାବାବାଙ୍କ ଭକ୍ତିରେ ଲାଗିଥାନ୍ତି ଶିବ ଭକ୍ତ । ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଏହି ମାସରେ ଅନେକ ଲୋକ ଉପବାସ ପାଳନ କରିବା ସହ ମହାଦେବଙ୍କୁ ଜଳାଭିଷେକ କରିଥାନ୍ତି । ଏହାସହିତ ଲୋକମାନେ ଏହି ମାସରେ ମାନସିକ ପୂରଣ ଲାଗି ରୁଦ୍ରାଭିଷେକ କରିଥାନ୍ତି । ଶ୍ରାବଣ ମାସରେ ରୁଦ୍ରାଭିଷେକ କରିଲେ ଅନେକ ପୂଣ୍ୟ ମିଳିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶ୍ରାବଣ ମାସର ସୋମବାରରେ ଶିବଙ୍କ ରୁଦ୍ରାଭିଷେକ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ୨୨ ଜୁଲାଇରେ ପ୍ରଥମ ସୋମବାର ହୋଇଥିବା ବେଳେ ଦ୍ୱିତୀୟ ସୋମବାର ୨୯ ଜୁଲାଇ, ତୃତୀୟ ସୋମବାର ୫ ଅଗଷ୍ଟ, ଚତୁର୍ଥ ସୋମବାର ୧୨ ଅଗଷ୍ଟ ଓ ପଞ୍ଚମ ସୋମବାର ୧୯ ଅଗଷ୍ଟରେ ପଡୁଛି । ଏହାବ୍ୟତୀତ ଅଗଷ୍ଟ ୨ରେ ଶ୍ରାବଣ ଶିବରାତ୍ରୀ ପଡିବା ସହ ୯ଅଗଷ୍ଟରେ ନାଗ ପଞ୍ଚମୀ ଥିବାରୁ ଏହିଦିନରେ ରୁଦ୍ରାଭିଷେକ କରିଲେ ଅତ୍ୟନ୍ତ ଶୁଭଦାୟକ ହେବ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ