ଚର୍ଚ୍ଚାରେ ପେନସନ୍ ଯୋଜନା , ପଢନ୍ତୁ ସରକାରୀ କର୍ମଚାରୀଙ୍କୁ ଏଥିରୁ କିପରି ମିଳିବ ଫାଇଦା

pension yojana

ମେଟ୍ରୋ ଟିଭି ଓଡିଶା (୧୧ .୩ . ୨୦୨୨) :

ପୁଣି ଥରେ ପୁରୁଣା ପେନସନ୍ ସ୍କିମ୍ ଚର୍ଚ୍ଚାକୁ ଆସିଛି । କିଛି ରାଜ୍ୟରେ ଏବେ ପୁରୁଣା ପେନସନ୍ ଯୋଜନା ଲାଗୁ କରିବା ନେଇ ଦାବି କରାଯାଉଛି । ରାଜସ୍ଥାନ, ହିମାଚଳ ପ୍ରଦେଶ ସରକାର ପରେ ଛତିଶଗଡ ସରକାର ମଧ୍ୟ ସରକାରୀ କର୍ମଚାରୀଙ୍କୁ ପୁରୁଣା ପେନ୍ସନ୍ ସ୍କିମ୍ ଲାଗୁ କରିବା ନେଇ କହିଛନ୍ତି । ମୁଖ୍ୟମନ୍ତ୍ରୀ ଘୋଷଣା ପରେ ଛତିଶଗଡ଼ରେ ପୁରୁଣା ପେନସନ୍ ଯୋଜନା ଲାଗୁ ହେବ ।

ଏପରି ହେଲେ ଜାନୁଆରୀ ୧ , ୨୦୦୪ ପରେ ନିଯୁକ୍ତ ହୋଇଥିବା ୩ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀଙ୍କୁ ଫାଇଦା ମିଳିବ । ଲମ୍ବା ସମୟରୁ ଦେଶବ୍ୟାପୀ ସରକାରୀ କର୍ମଚାରୀ ପୁରୁଣା ପେନସନ୍ ଯୋଜନା ଲାଗୁ କରିବା ନେଇ ଦାବି କରିଆସୁଛନ୍ତି । ତାହେଲେ ଚାଲନ୍ତୁ ଜାଣିବା ପୁରୁଣା ପେନସନ୍ ସ୍କିମ୍ ଏପରି କଣ ଫାଇଦା ରହିଛି, ଯେଉଁଥି ପାଇଁ ତାକୁ ପୁଣି ଲାଗୁ କରିବା ନେଇ ଦାବି ଉଠୁଛି ।

ନୂତନ ପେନ୍ସନ୍ ଯୋଜନା କାର୍ୟ୍ୟକାରୀ କରିବାର ଉଦ୍ଦେଶ୍ୟ, ଆଗାମୀ ବର୍ଷ ମାନଙ୍କରେ ସରକାରଙ୍କ କାନ୍ଧରୁ ପେନ୍ସନ୍ ଦେବାର ଭାର ଦୂର କରିବା ରହିଥିଲା । ବର୍ତ୍ତମାନ ପର୍ୟ୍ୟନ୍ତ ରାଜସ୍ଥାନ, ହିମାଚଳ ପ୍ରଦେଶ ଏବଂ ଝାଡ଼ଖଣ୍ଡ ସରକାର ପୁରୁଣା ପେନସନ୍ ଯୋଜନା ପୁନଃ ସ୍ଥାପିତ କରିବାକୁ ଘୋଷଣା କରିଛନ୍ତି। ଦେଶର ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନ୍ସନ୍ ଯୋଜନା ୧ ଏପ୍ରିଲ ୨୦୦୪ ରୁ ବନ୍ଦ ହୋଇଯାଇଥିଲା ଏବଂ ନୂତନ ଜାତୀୟ ପେନ୍ସନ୍ ସିଷ୍ଟମ୍ (ଏନପିଏସ୍) କାର୍ୟ୍ୟକାରୀ କରାଯାଇଥିଲା। ବେତନରୁ ପ୍ରତିମାସରେ ୧୦ ପ୍ରତିଶତ କାଟିଦିଆଯାଏ । ନିଶ୍ଚିତ ପେନସନ୍ ଗ୍ୟାରେଣ୍ଟି ମିଳେ ନାହିଁ । ଏହା ପୂର୍ଣ୍ଣ ରୂପରେ ସେୟାର୍ ବଜାର ଓ ବୀମା କମ୍ପାନୀ ଉପରେ ନିର୍ଭର କରେ । ନୂଆ ପେନସନ୍ ବୀମା କମ୍ପାନୀ ଦେବ । ଯଦି କୌଣସି ସମସ୍ୟା ହେଲା ତାହେଲେ ବୀମା କମ୍ପାନୀ ସହିତ ଲଢ଼ିବାକୁ ହେବ ।