ଏଥର ବଜେଟରେ କର୍କଟ ରୋଗୀଙ୍କ ପ୍ରତି ସଦୟ ହୋଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ଆମଦାନୀ ହୋଇଥିବା କର୍କଟ ଔଷଧ ଉପରେ ସୀମା ଶୁଳ୍କ ହଟାଇଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ତିନୋଟି କର୍କଟ ଔଷଧ ଉପରେ ୧୦ ପ୍ରତିଶତ କଷ୍ଟମ ଡ୍ୟୁଟି ଥିଲା, ଯାହାକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିନିଆଯାଇଛି। ଏହାଦ୍ୱାରା କର୍କଟ ରୋଗୀଙ୍କୁ ପ୍ରତି ମାସରେ ପ୍ରାୟ ୪୦ ହଜାର ଟଙ୍କା ସଞ୍ଚୟ ହେବ।ଏହି ତିନୋଟି କର୍କଟ ଔଷଧ ହେଉଛି ଜୀବନ ରକ୍ଷାକାରୀ ଆମଦାନୀ ଔଷଧ । ଏକ ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଟ୍ରାଷ୍ଟୁଜୁମାବ ଡେରେକ୍ସଟେକନ, ଓସିମେର୍ଟିନିବ ଓ ଡୁର୍ବାଲୁମେବ୍ । ଟ୍ରାଷ୍ଟୁଜୁମାବ ଡେରେକ୍ସଟେକନ ସାଧାରଣତଃ ଜଣେ କର୍କଟ ରୋଗୀ ୩ ସପ୍ତାହରେ ଥରେ ଖାଆନ୍ତି । ଗୋଟିଏ ଡୋଜରେ ୩ ଭାଏଲ ଦରକାର, ତେଣୁ ଏହାର ମୂଲ୍ୟ ଆନୁମାନିକ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆସିଥାଏ । ଓସିମେର୍ଟିନିବ ଔଷଧ ରୋଗୀକୁ ପ୍ରତିଦିନ ନେବାକୁ ପଡ଼ିଥାଏ। ଏହାର ଏକ ମାସର ଡୋଜ୍ ର ମୂଲ୍ୟ ପାଖାପାଖି ଦେଢ଼ ଲକ୍ଷ ଟଙ୍କା। ଡୁର୍ବାଲୁମେବ୍ ରୋଗୀଙ୍କୁ ଏହାକୁ ୩ ସପ୍ତାହରେ ଥରେ ଅର୍ଥାତ୍ ପ୍ରାୟ ୨୧ ଦିନରେ ନେବାକୁ ପଡ଼ିଥାଏ। ଗୋଟିଏ ଡୋଜର ବଜାର ମୂଲ୍ୟ ପାଖାପାଖି ଅଢ଼େଇ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସୀମା ଶୁଳକ ଉଠିବା ପରେ ଏସବୁ ଔଷଧ ମିଳିତଭାବେ ମୋଟ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେବ ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post