ଏଥର ବଜେଟରେ କର୍କଟ ରୋଗୀଙ୍କ ପ୍ରତି ସଦୟ ହୋଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ଆମଦାନୀ ହୋଇଥିବା କର୍କଟ ଔଷଧ ଉପରେ ସୀମା ଶୁଳ୍କ ହଟାଇଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ତିନୋଟି କର୍କଟ ଔଷଧ ଉପରେ ୧୦ ପ୍ରତିଶତ କଷ୍ଟମ ଡ୍ୟୁଟି ଥିଲା, ଯାହାକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିନିଆଯାଇଛି। ଏହାଦ୍ୱାରା କର୍କଟ ରୋଗୀଙ୍କୁ ପ୍ରତି ମାସରେ ପ୍ରାୟ ୪୦ ହଜାର ଟଙ୍କା ସଞ୍ଚୟ ହେବ।ଏହି ତିନୋଟି କର୍କଟ ଔଷଧ ହେଉଛି ଜୀବନ ରକ୍ଷାକାରୀ ଆମଦାନୀ ଔଷଧ । ଏକ ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଟ୍ରାଷ୍ଟୁଜୁମାବ ଡେରେକ୍ସଟେକନ, ଓସିମେର୍ଟିନିବ ଓ ଡୁର୍ବାଲୁମେବ୍ । ଟ୍ରାଷ୍ଟୁଜୁମାବ ଡେରେକ୍ସଟେକନ ସାଧାରଣତଃ ଜଣେ କର୍କଟ ରୋଗୀ ୩ ସପ୍ତାହରେ ଥରେ ଖାଆନ୍ତି । ଗୋଟିଏ ଡୋଜରେ ୩ ଭାଏଲ ଦରକାର, ତେଣୁ ଏହାର ମୂଲ୍ୟ ଆନୁମାନିକ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆସିଥାଏ । ଓସିମେର୍ଟିନିବ ଔଷଧ ରୋଗୀକୁ ପ୍ରତିଦିନ ନେବାକୁ ପଡ଼ିଥାଏ। ଏହାର ଏକ ମାସର ଡୋଜ୍ ର ମୂଲ୍ୟ ପାଖାପାଖି ଦେଢ଼ ଲକ୍ଷ ଟଙ୍କା। ଡୁର୍ବାଲୁମେବ୍ ରୋଗୀଙ୍କୁ ଏହାକୁ ୩ ସପ୍ତାହରେ ଥରେ ଅର୍ଥାତ୍ ପ୍ରାୟ ୨୧ ଦିନରେ ନେବାକୁ ପଡ଼ିଥାଏ। ଗୋଟିଏ ଡୋଜର ବଜାର ମୂଲ୍ୟ ପାଖାପାଖି ଅଢ଼େଇ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସୀମା ଶୁଳକ ଉଠିବା ପରେ ଏସବୁ ଔଷଧ ମିଳିତଭାବେ ମୋଟ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେବ ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post