ପ୍ରତିରକ୍ଷା ପାଇଁ ୪.୫୪ ଲକ୍ଷ କୋଟି

ଆଜି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ ୨୦୨୪ ଜାରି କରିଛନ୍ତି । ସରକାରଙ୍କ ପ୍ରତିରକ୍ଷା ବଜେଟରେ ଦୁଇଟି ବିଷୟ ଉପରେ ଗୁରୁତ୍ବ ଦିଆଯାଇଛି । ସେଗୁଡ଼ିକ ହେଲା ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଓ ରପ୍ତାନି କରିବା । ପ୍ରତିରକ୍ଷା ବଜେଟର ପ୍ରାୟ ୨୮ ପ୍ରତିଶତ ବା ୧ ଲକ୍ଷ ୭୨ ହଜାର କୋଟି ଟଙ୍କା ବିଭିନ୍ନ ରକ୍ଷା ସାମଗ୍ରୀ, ଯୁଦ୍ଧ ସାମଗ୍ରୀ ଓ ଅନ୍ୟାନ୍ୟ ଯନ୍ତ୍ରପାତି ଓ ଭିତ୍ତିଭୂମି ବାବଦରେ ବ୍ୟୟ ହେବ । ବିଶ୍ବର ପ୍ରମୁଖ ସାମରିକ ବାହିନୀଗୁଡ଼ିକ ନିଜ ବଜେଟର ପ୍ରାୟ ଅର୍ଦ୍ଧେକ ବ୍ୟୟ କରୁଥିବାବେଳେ ଭାରତର ପ୍ରତିରକ୍ଷା ବଜେଟର ଏକ ବଡ଼ ଭାଗ ଦରମା ଓ ପେନସନ ବାବଦରେ ବ୍ୟୟ ହୁଏ ।ପ୍ରତିରକ୍ଷା ପେନସନ ପାଇଁ ୧ ଲକ୍ଷ ୪୧ ହଜାର କୋଟିର ବ୍ୟୟବରାଦ ରହିଛି । ସୀମାନ୍ତରେ ଭିତ୍ତିଭୂମିର ସୁଦୃଢୀକରଣ ପାଇଁ ୬୫୦୦ କୋଟି ଟଙ୍କା ବ୍ୟୟ ହେବ । ସେହିପରି କୋଷ୍ଟଗାର୍ଡ ପାଇଁ ୭୬୫୧ କୋଟର ବ୍ୟୟବରାଦ କରାଯାଇଛି । ପ୍ରତିରକ୍ଷା ଗବେଷଣା ପାଇଁ ଡିଆରଡିଓକୁ ୨୩,୮୫୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।