ଗୋଟାଏ ଫିଲ୍ମ ପାଇଁ ୧୦ରୁ ୧୫ କୋଟି ଟଙ୍କା ନିଅନ୍ତି କରୀନା
କରୀନା ତାଙ୍କର ଗୋଟାଏ ଫିଲ୍ମ ପାଇଁ ୧୦ରୁ ୧୫ କୋଟି ଟଙ୍କା ନିଅନ୍ତି। କରୀନା ଏକ ବାର୍ତ୍ତାଳାପ ଜରିଆରେ ନିଜେ ଏହି କଥାକୁ ପରୋକ୍ଷାରେ ସତ ବୋଲି କହିଛନ୍ତି। ଯେତେବେଳେ ଏକ ସାକ୍ଷାତ୍କାରରେ କରୀନାଙ୍କୁ ପଚରାଗଲା କି ସେ ଗୋଟାଏ ସିନେମା ପାଇଁ ୧୦-୧୫ କୋଟି ଟଙ୍କା ଫିସ୍ ନେଉଛନ୍ତି ବୋଲି। ସେତେବେଳେ ସେ ଏହି କଥାକୁ ପୂରା ମନା ନକରି ହସି ହସି କହିଥିଲେ କି ‘‘ସବୁବେଳେ ଏପରି ହୋଇନଥାଏ। ବେଳେ ବେଳେ ମୁଁ କମ୍ ଟଙ୍କା ନେଇଥାଏ।’’ କରୀନାଙ୍କ ଏହି ଉତ୍ତରରୁ ସ୍ପଷ୍ଟ ଜଣାପଡ଼ିଗଲା ଯେ ସେ ବାସ୍ତବରେ ସିନେମା ପିଛା ମୋଟା ଅଙ୍କର ଟଙ୍କା ନିଅନ୍ତି।ଗୋଟାଏ ଘରେ ରହି ମଧ୍ୟ ସୈଫ୍-କରୀନା ପରସ୍ପରକୁ ଭେଟି ପାରନ୍ତିି ନାହିଁ ବୋଲି କହିଛନ୍ତି ଅଭିନେତ୍ରୀ। କରୀନା କପୁର ଏବଂ ସୈଫ ଅଲି ଖାନ ଚଳିତ ବର୍ଷ ସେମାନଙ୍କର ଦ୍ବାଦଶ ବିବାହ ବାର୍ଷିକୀ ପାଳନ କରିବାକୁ ଯାଉଛନ୍ତି। ଏ ମଧ୍ୟରେ କରିନା ‘ଦି ଉଇକ’କୁ ଦେଇଥିବା ଏକ ସାକ୍ଷାତକାରରେ ଜଣେ ଅଭିନେତାଙ୍କୁ ବିବାହ କରିବାରେ ଅସୁବିଧା କ’ଣ ତାହା ଖୋଲାଖୋଲି ଭାବରେ କହିଛନ୍ତି। ସେ କହିଛନ୍ତି ଯେ, “ସୈଫ୍ ସୁଟିଂ ସାରି ଭୋର ୪ଟା ୩୦ରେ ଆସି ଶୋଇପଡ଼ିଥିବା ବେଳେ ମୋତେ ସୁଟିଂକୁ ବାହାରିବାକୁ ପଡ଼େ। ସେ ଉଠିବା ପରେ ସଙ୍ଗେ ସଙ୍ଗେ ସେ ସୁଟିଂ ସେଟକୁ ଚାଲିଯାଆନ୍ତି ଏବଂ ମୁଁ ଘରକୁ ଫେରେ। ଅନେକ ସମୟରେ ଗୋଟିଏ ଘରେ ରହିବା ସତ୍ତ୍ବେ ବି ଆମେ ପରସ୍ପରକୁ ଭେଟିପାରୁ ନାହୁଁ। ଏଭଳି ସ୍ଥିତିରେ ପରସ୍ପର ପାଇଁ ସମୟ କାଢ଼ିବା ଆମ ପାଇଁ କଷ୍ଟସାଧ୍ୟ ହୋଇପଡେ।