ଟୀକାକରଣ ପ୍ରତି ବିମୁଖ ଦେଶମାନଙ୍କ ତାଲିକାରେ ଭାରତ
ଶିଶୁ ମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ତରଫରୁ ମାଗଣା ଟୀକାକରଣ ରହିଛି ହେଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ନିକଟରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟ ଅନୁଯାୟୀ ଗତ ବର୍ଷ ପ୍ରାୟ ୧୬ ଲକ୍ଷ ଶିଶୁ ଟୀକା ନେଇ ନାହାନ୍ତିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ୟୁନିସେଫ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ୨୦୨୧ ମସିହାରେ ହୋଇଥିବା ଟୀକାକରଣ ତୁଳନାରେ ୨୦୨୩ରେ ହୋଇଥିବା ଟୀକାକରଣ ସଂଖ୍ୟା ଅଧିକ ଥିଲେ ମଧ୍ୟ ସନ୍ତୋଷଜନକ ନୁହେଁ । ଭାତରରେ ୨୦୨୧ରେ ୨୭.୩ ଲକ୍ଷ ଶିଶୁ ଟୀକାରୁ ବଂଚିତ ହୋଇଥିବା ବେଳେ ୨୦୨୩ରେ ଏହା କମି ଯାଇ ୧୬ ଲକ୍ଷରେ ପହଞ୍ଚିଛି । ନାଇଜେରିଆ ପରେ ଅଳ୍ପ ଟୀକା ଗ୍ରହଣକାରୀ ରାଷ୍ଟ୍ର ମାନଙ୍କ ମଧ୍ୟରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଭାରତ ପରେ ଜିରୋ ଡୋଜ ଭ୍ୟାକ୍ସିନ ଦେଶ ତାଲିକାରେ କଙ୍ଗୋ, ଇଥିଓପିଆ, ସୁଦାନ ଓ ଇଣ୍ଡୋନେସିଆ ମଧ୍ୟ ରହିଛି । ଏହି ତାଲିକାରେ ଟପ୍ ୨୦ ଦେଶ ମଧ୍ୟରେ ଚୀନ ୧୮ ତମ ସ୍ଥାନରେ ଥିବା ବେଳେ ପାକିସ୍ତାନ ୧୦ମ ସ୍ଥାନରେ ଅଛି ।
ଦେଶରେ ଇଣ୍ଡିଆଜ୍ ୟୁନିଭର୍ସାଲ ଇମ୍ୟୁନାଇଜେସନ ପ୍ରୋଗ୍ରାମ ଦ୍ୱାରା ଶିଶୁ ମାନଙ୍କୁ ଭିନ୍ନ ଭିନ୍ନ ୧୨ଟି ରୋଗର ନିରାକରଣ ପାଇଁ ମାଗଣା ଟୀକା ଦେବାର ବ୍ୟବସ୍ଥା ରହିଛି । ବିସିଜି, ହେପାଟାଇଟିସ-ବି, ରୋଟାଭାଇରସ ଓ ଟିଟି ଭଳି ରୋଗର ପ୍ରତିଷେଧକ ଏହାର ଅନ୍ତର୍ଗତ । ହେଲେ ଟୀକାକରଣ ପ୍ରତି ବିମୁଖ ଦେଶମାନଙ୍କ ତାଲିକାରେ ଭାରତ ସ୍ଥାନ ପାଇଛି ।