ଆଇଟି କ୍ଷେତ୍ରରେ ନିଯୁକ୍ତି ସୁଯୋଗ

ଇନଫୋସିସ୍ ୨୦୨୫ ଆର୍ଥିକ ବର୍ଷରେ ୧୫,୦୦୦-୨୦,୦୦୦ ଫ୍ରେଶରଙ୍କୁ ଦେବ ନିଯୁକ୍ତି

ଦ୍ୱିତୀୟ ବୃହତ୍ତମ ଆଇଟି କମ୍ପାନୀ ଇନଫୋସିସ୍, ଆର୍ଥିକ ବର୍ଷ ୨୦୨୫ ପାଇଁ ପ୍ରାୟ ୧୫,୦୦୦-୨୦,୦୦୦ ଫ୍ରେସର ନିଯୁକ୍ତ କରିବ, ଯାହା ସମ୍ପ୍ରତି ତଥା ଆଗାମୀ କଲେଜ ସ୍ନାତକମାନଙ୍କୁ ଆଇଟି ଚାକିରିର ଅଫରରେ ହ୍ରାସ ପରେ ପୁଣି ଆଶା ବଢ଼ାଇବ ।ଇନଫୋସିସ୍ ଆର୍ଥିକ ବର୍ଷ୨୪ ରେ ୧୧,୯୦୦ ଫ୍ରେଶର୍ ନିଯୁକ୍ତ କରିଥିଲା, ଯାହା ଆର୍ଥିକ ବର୍ଷ ୨୩ ରେ ନିଯୁକ୍ତ ୫୦,୦୦୦ ରୁ ଅଧିକ ଫ୍ରେଶର୍ ଠାରୁ ୭୬ ପ୍ରତିଶତ କମ୍ ।ଜୁଲାଇ ୧୮ ରେ କମ୍ପାନୀର ପ୍ରଥମ ତ୍ରୈମାସିକ ରୋଜଗାର ସମ୍ମିଳନୀ କଲ୍ ରେ ସୂଚନା ଦେଇ ଇନଫୋସିସ୍ ମୁଖ୍ୟ ଆର୍ôଥକ ଅଧିକାରୀ (ସିଏଫଓ) ଜୟେଶ ସଙ୍ଘରାଜକା କହିଛନ୍ତି, “ଗତ କିଛି ତ୍ରୈମାସିକରେ ଆମେ ଏକ ନିଯୁକ୍ତି ଭିତ୍ତିରେ ଆଗକୁ ବଢ଼ିଛୁ । କ୍ୟାମ୍ପସ୍ ଭିତରେ ଏବଂ ବାହାରେ ଫ୍ରେଶର୍ ନିଯୁକ୍ତ କରୁଛୁ ।’ଏହି ତ୍ରୈମାସରେ ଆମର ୨୦୦୦ ଲୋକଙ୍କର ହ୍ରାସ ଘଟିଥିଲା, ଯାହା ପୂର୍ବ କ୍ୱାର୍ଟର୍ସ ତୁଳନାରେ କମ୍ ଥିଲା । ଆମର ଉପଯୋଗ ୮୫ ପ୍ରତିଶତରେ ଅଛି, ତେଣୁ ଆମର ବର୍ତ୍ତମାନ ବହୁତ କମ୍ ପରିସର ବାକି ଅଛି । ଅଭିବୃଦ୍ଧି ଦେଖିବା ମାତ୍ରେ ଆମେ ନିଯୁକ୍ତି ଉପରେ ଦୃଷ୍ଟି ରଖିବୁ । ”

ସେ କହିଛନ୍ତି, ‘ଚଳିତ ବର୍ଷ ୧୫,୦୦୦-୨୦,୦୦୦ ଫ୍ରେସର ନିଯୁକ୍ତି କରିବାକୁ ଯୋଜନା କରୁଛୁ, ଯାହାକି ଏହା ଉପରେ ନିର୍ଭର କରେ କି ଆମେ ବିକାଶକୁ କେଉଁଭଳି ଭାବରେ ଦେଖୁଛୁ ।’ ତେବେ ସେ ପ୍ରଥମ ତ୍ରୈମାସରେ ନିଯୁକ୍ତ ଫ୍ରେଶରଙ୍କ ସଂଖ୍ୟା ପ୍ରକାଶ କରି ନାହାଁନ୍ତି ।