ହିନ୍ଦୁ ଧର୍ମରେ ଗଙ୍ଗାଜଳକୁ ପବିତ୍ର ବୋଲି ଧରାଯାଏ। ଲୋକମାନେ ଏହି ଜଳକୁ ଗଙ୍ଗାନଦୀରୁ ଆଣିଥାନ୍ତି। ସାରା ବିଶ୍ୱରେ ରହୁଥିବା ହିନ୍ଦୁମାନଙ୍କ ପାଇଁ ଏହି ଜଳ ଅତ୍ୟନ୍ତ ଆଧ୍ୟାତ୍ମିକ, ବିଶୁଦ୍ଧ, ସମ୍ମାନସ୍ପଦ ଏବଂ ଗୁରୁତ୍ୱପୂର୍ଣ୍ଣ। ଗଙ୍ଗାଜଳରେ ବିଶୁଦ୍ଧିକରଣ କ୍ଷମତା ରହିଥିବା କେତେକ ଅଧ୍ୟୟନରୁ ବି ପ୍ରମାଣିତ ହୋଇଛି, ଯାହା ଅନ୍ୟ ସାଧାରଣ ଜଳରେ ନ ଥାଏ। ଗଙ୍ଗଜଳରେ ଦୈବିକ ଗୁଣ ମଧ୍ୟ ରହିଥିବା ଏବଂ ଏହା ଯେକୌଣସି ପ୍ରକାର ପାପକୁ ଧୋଇଦେଇଥାଏ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି। ତେଣୁ ପ୍ରତି ଘରେ ଲୋକମାନେ ଗଙ୍ଗାଜଳ ସଂରକ୍ଷିତ କରି ରଖିଥାଆନ୍ତି। ତେବେ ଘରେ ଗଙ୍ଗାଜଳ ରଖିଲେ କେତେକ ବାରଣକୁ ମାନିବାକୁ ପଡ଼ିଥାଏ, ନଚେତ ସେହି ଗଙ୍ଗାଜଳ ଅପବ୍ରିତ ହୋଇଯାଏ ଏବଂ ପୂଜା କାର୍ଯ୍ୟରେ ଲାଗିବା ପାଇଁ ଅନୁପଯୁକ୍ତ ହୋଇଥାଏ।ଶାସ୍ତ୍ର ଅନୁସାରେ ଘରେ ଗଙ୍ଗାଜଳ ରଖୁଥିଲେ ତାହାର ପବିତ୍ରତାକୁ ବଜାୟ ରଖିବା ପାଇଁ ୬ଟି କାମ କରିବା ଅନୁଚିତ। ଗଙ୍ଗାଜଳକୁ ଯେଉଁ ପରିବେଶରେ ରଖାଯାଉଛି ତାହାକୁ ସଫାସୁତରା ରଖିବା ନିହାତି ଜରୁରୀ। ଯେଉଁ ଜିନିଷ ସାତ୍ତ୍ୱିକ ନୁହେଁ, ସେସବୁକୁ ଗଙ୍ଗାଜଳ ନିକଟରେ ରଖିବା ଉଚିତ ନୁହେଁ। ଉଦାହରଣସ୍ୱରୂପ ଆମିଷଯୁକ୍ତ ଖାଦ୍ୟ। ଯେଉଁଠି ଗଙ୍ଗାଜଳ ରଖାଯାଉଛି ସେହି ସ୍ଥାନ ଏବଂ ତା’ର ଆଖପାଖରେ କୌଣସି ପ୍ରକାର ଆମିଷ କିମ୍ବା ଏ ସମ୍ପର୍କିତ ଖାଦ୍ୟପଦାର୍ଥ ରଖିବା କଥା ନୁହେଁ। ସେହିପରି ଯେଉଁ ଘରେ ଗଙ୍ଗାଜଳ ରଖାଯାଇଥିବ ସେହି କୋଠରୀରେ ଆମିଷ ଭକ୍ଷଣ ଅନୁଚିତ। ଯଦି ସେହି ଘରେ ଆମିଷ ଭୋଜନ କରାଯାଏ ତେବେ ଗଙ୍ଗାଜଳର ପବିତ୍ରତା ନଷ୍ଟ ହୋଇଯାଏ। ତାହା ଅପବିତ୍ର ହୋଇଯାଏ।ବର୍ତ୍ତମାନ ସମୟରେ ଲୋକମାନେ ଗଙ୍ଗାନଦୀରୁ ପ୍ଲାଷ୍ଟିକ ବୋତଲରେ ଜଳ ଆଣୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଏହା ଭୁଲ। ପ୍ଲାଷ୍ଟିକ ବୋତଲରେ ଗଙ୍ଗାଜଳ ରଖିଲେ ତାହାର ପବିତ୍ରତା ନଷ୍ଟ ହୁଏ। କାରଣ ପ୍ଲାଷ୍ଟିକ ଯୋଗୁ ସେଥିରୁ ରସାୟନିକ ପଦାର୍ଥ ନିର୍ଗତ ହୋଇ ଜଳରେ ମିଶିଯାଏ, ଯାହାଦ୍ୱାରା ତାହାର ପବିତ୍ରତା ହ୍ରାସ ପାଏ। ତେଣୁ ଗଙ୍ଗାଜଳକୁ ତମ୍ବା, ରୌପ୍ୟ କିମ୍ବା କାଚ ପାତ୍ରରେ ରଖିବା ଉଚିତ। ବିଶେଷକର ତମ୍ବା ପାତ୍ରରେ ରଖିବା ସର୍ବୋତ୍ତମ।ଗଙ୍ଗାଜଳକୁ ଦୀର୍ଘଦିନ ପର୍ଯ୍ୟନ୍ତ ରଖିବା ଅନୁଚିତ। କାରଣ ଗଙ୍ଗାମାତା ତାଙ୍କ ସ୍ରୋତ ଏବଂ ଶକ୍ତି ପାଇଁ ପ୍ରସିଦ୍ଧ। ଏହିନଦୀ ଚିରସ୍ରୋତା। ତେଣୁ ଏହାକୁ ପାତ୍ରରେ ଦୀର୍ଘଦିନ ଧରି ସାଇତି ରଖିବା ଅନୁଚିତ। ଏହାଦ୍ୱାରା ପାଣିରେ ଶିଉଳି ଜମିବା ସହିତ ତାହା ଜଳର ପବିତ୍ରତାକୁ ପ୍ରଭାବିତ କରିବ।ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗଙ୍ଗାଜଳକୁ ବିନା କୌଣସି ଉଦ୍ଦେଶ୍ୟରେ ପିଇବା କିମ୍ବା ଘର ଚାରିପଟେ ସିଞ୍ଚନ କରିବା ଆଦୌ ଠିକ୍ ନୁହେଁ। ଏହାକୁ ପିଇବା ପୂର୍ବରୁ ଗଙ୍ଗାମାତକୁ ପ୍ରାର୍ଥନା କରିବା ଜରୁରୀ। ଅତିକମ୍ରେ ଜଳର ପବିତ୍ରତା ବିଷୟରେ ସଂଜ୍ଞାନ ରହିବା ଉଚିତ। ମନଇଚ୍ଛା ପାନୀୟଜଳ ପିଇବା ପରି ଏହାକୁ ପାନ କରିବା ଅନୁଚିତ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post