ଦିିନର ଆରମ୍ଭ ଯଦି ଗୋଟିଏ ଗିନା ଦଲିଆରୁ ଆରମ୍ଭ ହୁଏ, ତେବେ ହୃତ୍ପିଣ୍ଡ ସମ୍ପୂର୍ଣ୍ଣ ସୁସ୍ଥ ରହିଥାଏ। ବ୍ରିଟେନ୍ ସ୍ଥିତ ନ୍ୟୁ କ୍ୟାସଲ୍ ୟୁନିଭର୍ସିଟିରେ ହୋଇଥିବା ଗବେଷଣାରୁ ଏହା ଜଣାପଡ଼ିଛି। ଗବେଷକମାନେ ମାନବ ସ୍ବାସ୍ଥ୍ୟ ଉପରେ ନିୟମିତ ଖାଦ୍ୟର ସକାରାମତ୍କ ପ୍ରଭାବ ଆକଳନ କରିବାକୁ ଯାଇ ଏହି ନିଷ୍କର୍ଷରେ ପହଞ୍ଚତ୍ଛନ୍ତି। ଗବେଷକଙ୍କ ଅନୁସାରେ, ଦଲିଆ ଫାଇବର୍ର ଉତ୍ତମ ସ୍ରୋତ। ଏହି ଫାଇବର୍ ପାକସ୍ଥଳୀରେ ଏକ ଗାଢ଼ ଜେଲ୍ ଆକାରର ରୂପ ନେଇଥାଏ। ଯାହା ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂରିଲା ପୂରିଲା ଅନୁଭବ କରାଇଥାଏ। ଏହା ପାଚନ କ୍ରିୟାକୁ ସୁଚାରୁରୂପେ କାର୍ଯ୍ୟକ୍ଷମ କରିବା ସହ ଏନ୍ଜାଇମ୍ ମଧ୍ୟ ବଢ଼ାଇଥାଏ। କେବଳ ସେତିକି ନୁହେଁ, ଏହା ବ୍ୟାଟ୍ରିକ୍ ଏସିଡ୍ ସମେତ ଅନ୍ୟ ଅମ୍ଳର ନିର୍ମାଣ କରିଥାଏ। ରୋଗପ୍ରତିରୋଧକ ତନ୍ତ୍ରକୁ ମଜଭୁତ୍ କରିବା ସହ ଭଲ ବ୍ୟାକ୍ଟେରିଆଙ୍କ ସଂଖ୍ୟା ବୃଦ୍ଧି କରେ। ତେବେ ଗବେଷକଙ୍କ ଅନୁସାରେ, ଦଲିଆରେ ଚିନି ପରିବର୍ତ୍ତେ ମହୁର ଉପଯୋଗ ସବୁଠୁ ଉତ୍ତମ ରହିଥାଏ।
Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
Prev Post
Next Post