ସାରାଦିନର କାର୍ଯ୍ୟବ୍ୟସ୍ତ ମଧ୍ୟରେ ଯଦି ଥକ୍କା ଅନୁଭବ କରୁଛନ୍ତି, ତେବେ ଅପରାଜିତା ଫୁଲ ଚା’ର ସେବନ କରନ୍ତୁ। ଫୁଲଟି ଦେଖିବାକୁ ଯେତିକି ସୁନ୍ଦର ଏହାର ଔଷଧୀୟ ଫାଇଦା ମଧ୍ୟ ସେତିକି ରହିଛି। ଏହି ଫୁଲରୁ ପ୍ରସ୍ତୁତ ଚା’ କେବଳ ଥକାପଣ ଦୂର କରେ ତା’ ନୁହେଁ ବରଂ ସ୍ବାସ୍ଥ୍ୟଗତ ବିଭିନ୍ନ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ଗୋଟିଏ ଗ୍ଲାସ୍ ପାଣିକୁ ଭଲଭାବେ ଫୁଟାନ୍ତୁ। ସେଥିରେ ଚିନି ଏବଂ ଅପରାଜିତା ଫୁଲ ପକାଇ ୧ କପ୍ ହେବା ଯାଏ ଗରମ କରନ୍ତୁ। ଧୀରେ ଧୀରେ ପାଣିର ରଙ୍ଗ ନୀଳ ରଙ୍ଗ ଧାରଣ କରିବା ପରେ ଏହାକୁ ସେବନ କରନ୍ତୁ। ଗ୍ରୀନ୍ ଟି’କୁ ମଧ୍ୟ ଏହି ଚା’ ମାତ୍ ଦେବାରେ ସକ୍ଷମ। ପ୍ରତିଦିନ ସକାଳ ଅବା ସନ୍ଧ୍ୟାରେ ଏହି ଚା’ ସେବନ କଲେ ସଂକ୍ରମଣ ଜନିତ ସମସ୍ୟା, ଚର୍ମରୋଗ ମଧ୍ୟ ଭଲ ହୋଇଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ। କେବଳ ସେତିକି ନୁହେଁ, ଏହି ଫୁଲକୁ ଶୁଖାଇ ଏଥିରେ ଗୁଣ୍ଡ ମଧ୍ୟ ପ୍ରସ୍ତୁତ କରାଯାଏ। ଏହି ଗୁଣ୍ଡକୁ ଚିନି ଓ ପାଣି ସହ ମିଶାଇ ସରବତ୍ ଆକାରରେ ମଧ୍ୟ ପିଇପାରିବେ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post