ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ପାକିସ୍ତାନ ଯିବନି ଭାରତ

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ।  ଏହି ଟୁର୍ନାମେଣ୍ଟ ପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ଯିବାର କୌଣସି ସମ୍ଭାବନା ନାହିଁ ବୋଲି ଜଣାଯାଇଛି।ବିସିସିଆଇ ଏନେଇ ଆଇସିସି ସହିତ ଆଲୋଚନା କରିବ। ଏଭଳି ସ୍ଥିତିରେ ହାଇବ୍ରିଡ ମଡେଲ ଅଧୀନରେ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହୋଇପାରେ। ଯାହା ଦ୍ବାରା ଅନ୍ୟ ମ୍ୟାଚ୍ ପାକିସ୍ତାନରେ ଖେଳାଗଲେ ବି ଟିମ୍ ଇଣ୍ଡିଆର ମ୍ୟାଚ୍ ଦୁବାଇ କିମ୍ବା ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇପାରେ।