ଭିନ୍ନ ଭିନ୍ନ ବର୍ଷରେ ଜନ୍ମ ହେଲେ ୨ଯାଆଁଳା ଶିଶୁ

ଭିନ୍ନ ଭିନ୍ନ ବର୍ଷରେ ଜନ୍ମ ହେଲେ ୨ଯାଆଁଳା ଶିଶୁ

ମେଟ୍ରୋ ଟିଭି ବ୍ୟୁରୋ,୨/୧: ଏକାଧିକ ଶିଶୁ ଜନ୍ମ ହେବା ଏବେ ଆଉ ଆଶ୍ଚର୍ଯ୍ୟ ଲାଗୁ ନାହିଁ । କାରଣ ଅନେକ ଲୋକଙ୍କର ଏକାଧିକ ଶିଶୁ ଗୋଟିଏ ଦିନରେ ଗୋଟିଏ ସମୟରେ ଜନ୍ମ ହେଉଛି କିନ୍ତୁ ଏବେ ଏଭଳି ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି ଯାହାକୁ ଜାଣିଲେ ଅଜବ ଲାଗିବ । ଦୁଇଟି ଯାଆଁଳା ଶିଶୁ ଜନ୍ମ ନେଇଛନ୍ତି ସେ ବି ଏକ ଦିନ କିମ୍ବା ଗୋଟିଏ ବର୍ଷରେ ନୁହେଁ ।
ଏହି ଘଟଣାଟି ଘଟିଛି କାର୍ଲିଫରଣ୍ଣିଆରେ ଯେଉଠି ଏକ ଜନନୀ ୨ଟି ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଦୁଇଟି ଅଲଗା ଅଲଗା ବର୍ଷରେ । ଏହି ଟ୍ଵିନ ଜଣେ ୨୦୨୧ରେ ଓ ଅନ୍ୟ ଜଣେ ୨୦୨୨ରେ ଜନ୍ମଗ୍ରହଣ କରିଛନ୍ତି । ଜଣେ ମହିଳା ମାତ୍ର ୧୫ ମିନିଟ ବ୍ୟବଧାନରେ ଦୁଇ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଏମିତିକି ପ୍ରଥମ ସନ୍ତାନଟି ଜନ୍ମ ନେଇଛି ଡିସେମ୍ବର ରାତି ୧୧.୪୫ ରେ ଓ ଦ୍ୱିତୀୟ ସନ୍ତାନ ଜନ୍ମ ଗ୍ରହଣ କରିଥିଲା ୨୦୨୨ ମଧ୍ୟାନ ରାତ୍ରିରେ ମାନେ ଜାନୁଆରୀ ୧ ତାରିଖ ଶନିବାରରେ । ତେବେ ଏମାନଙ୍କ ଜନ୍ମ ବର୍ଷ ମଧ୍ୟ ଅଲଗା ରହିଛି । ତେବେ ଏହି ଜାଆଁଳା ଶିଶୁଙ୍କ ମଧ୍ୟରେ ଜଣେ ପୁତ୍ର ସନ୍ତାନ ରହିଥିବା ବେଳେ ଆଉ ଜଣେ କନ୍ୟା ସନ୍ତାନ ।