ପୁରୀରେ ପ୍ରତିବର୍ଷ ଭଳି ଆୟୋଜିତ ହୋଇଛି ‘ପଲ୍ଲିଶ୍ରୀ ମେଳା’ । ‘ପଲ୍ଲୀ’ର ଅର୍ଥ ହେଉଛି ‘ଗାଁ’ ଏବଂ ‘ଶ୍ରୀ’ ଅର୍ଥ ହେଉଛି ‘ଲକ୍ଷ୍ମୀ’, ଅର୍ଥାତ୍ ‘ଗାଁର ଲକ୍ଷ୍ମୀ’ ଅର୍ଥାତ୍ ଯେଉଁମାନେ ଓଡ଼ିଶାର ପ୍ରତି ଗାଁରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଭାବରେ କାର୍ଯ୍ୟ କରୁଛନ୍ତି । ‘ପଲ୍ଲିଶ୍ରୀ ମେଳା’ରେ ମାତୃଶକ୍ତିମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକର ଷ୍ଟଲ ବିଶେଷ ଭାବେ ଅବସ୍ଥାପିତ ହୋଇଥାଏ ।ଚଳିତ ବର୍ଷ ପୁରୀରେ ୯ ଦିନିଆ ‘ପଲ୍ଲିଶ୍ରୀ ମେଳା’କୁ ଉଦଘାଟନ କରିବା ପରେ ସମ୍ବିତ ପାତ୍ର ଓଡ଼ିଶାର ‘ସ୍ଵୟଂ ସହାୟକ ଗୋଷ୍ଠୀ’ର ମାଆମାନଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ଏକ ବିଶେଷ ଉପହାର ପେଟି ଗତକାଲି ପୁରୀ ସ୍ଥିତ ରାଜଭବନରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଭେଟି ଦେଇଛନ୍ତି ।ସମ୍ବିତ ପାତ୍ର ଏହି ସମ୍ବନ୍ଧରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏଥର ପଲ୍ଲୀଶ୍ରୀ ମେଳାରେ ପୁରୀ ଜିଲ୍ଲା ସମେତ ଓଡିଶାର ସମସ୍ତ ୩୦ଟି ଜିଲ୍ଲାର ବିଭିନ୍ନ ଉତ୍ପାଦ ଅନ୍ତର୍ଭୁକ୍ତ ହୋଇଛି । ଆମ ମାଆ ଭଉଣୀମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଦ୍ରବ୍ୟ ରାଷ୍ଟ୍ରପତି ଭବନରେ ପହଞ୍ଚିବା ଆମ ପାଇଁ ଅତ୍ୟନ୍ତ ଗୌରବର ବିଷୟ ଅଟେ । ଏହା ସହ ପଲ୍ଲିଶ୍ରୀ ମେଳାରେ ଏହି ବର୍ଷ ୧୮ କୋଟିର ବ୍ୟାପାର ହେବାର ଆମେ ଲକ୍ଷ୍ୟ ରଖିଛୁ । ମହାମହିମ ରାଷ୍ଟ୍ରପତି ମହୋଦୟା ଏହି ଉତ୍ପାଦଗୁଡିକ ବିଷୟରେ ତଥ୍ୟ ଗ୍ରହଣ ପରେ, ଆମ ମାତୃଶକ୍ତିମାନଙ୍କର ପ୍ରୟାସକୁ ଯଥେଷ୍ଟ ପ୍ରଶଂସା କରିଛନ୍ତି ।
Trending
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ