ପୁରୀରେ ପ୍ରତିବର୍ଷ ଭଳି ଆୟୋଜିତ ହୋଇଛି ‘ପଲ୍ଲିଶ୍ରୀ ମେଳା’ । ‘ପଲ୍ଲୀ’ର ଅର୍ଥ ହେଉଛି ‘ଗାଁ’ ଏବଂ ‘ଶ୍ରୀ’ ଅର୍ଥ ହେଉଛି ‘ଲକ୍ଷ୍ମୀ’, ଅର୍ଥାତ୍ ‘ଗାଁର ଲକ୍ଷ୍ମୀ’ ଅର୍ଥାତ୍ ଯେଉଁମାନେ ଓଡ଼ିଶାର ପ୍ରତି ଗାଁରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଭାବରେ କାର୍ଯ୍ୟ କରୁଛନ୍ତି । ‘ପଲ୍ଲିଶ୍ରୀ ମେଳା’ରେ ମାତୃଶକ୍ତିମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକର ଷ୍ଟଲ ବିଶେଷ ଭାବେ ଅବସ୍ଥାପିତ ହୋଇଥାଏ ।ଚଳିତ ବର୍ଷ ପୁରୀରେ ୯ ଦିନିଆ ‘ପଲ୍ଲିଶ୍ରୀ ମେଳା’କୁ ଉଦଘାଟନ କରିବା ପରେ ସମ୍ବିତ ପାତ୍ର ଓଡ଼ିଶାର ‘ସ୍ଵୟଂ ସହାୟକ ଗୋଷ୍ଠୀ’ର ମାଆମାନଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ଏକ ବିଶେଷ ଉପହାର ପେଟି ଗତକାଲି ପୁରୀ ସ୍ଥିତ ରାଜଭବନରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଭେଟି ଦେଇଛନ୍ତି ।ସମ୍ବିତ ପାତ୍ର ଏହି ସମ୍ବନ୍ଧରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏଥର ପଲ୍ଲୀଶ୍ରୀ ମେଳାରେ ପୁରୀ ଜିଲ୍ଲା ସମେତ ଓଡିଶାର ସମସ୍ତ ୩୦ଟି ଜିଲ୍ଲାର ବିଭିନ୍ନ ଉତ୍ପାଦ ଅନ୍ତର୍ଭୁକ୍ତ ହୋଇଛି । ଆମ ମାଆ ଭଉଣୀମାନଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଦ୍ରବ୍ୟ ରାଷ୍ଟ୍ରପତି ଭବନରେ ପହଞ୍ଚିବା ଆମ ପାଇଁ ଅତ୍ୟନ୍ତ ଗୌରବର ବିଷୟ ଅଟେ । ଏହା ସହ ପଲ୍ଲିଶ୍ରୀ ମେଳାରେ ଏହି ବର୍ଷ ୧୮ କୋଟିର ବ୍ୟାପାର ହେବାର ଆମେ ଲକ୍ଷ୍ୟ ରଖିଛୁ । ମହାମହିମ ରାଷ୍ଟ୍ରପତି ମହୋଦୟା ଏହି ଉତ୍ପାଦଗୁଡିକ ବିଷୟରେ ତଥ୍ୟ ଗ୍ରହଣ ପରେ, ଆମ ମାତୃଶକ୍ତିମାନଙ୍କର ପ୍ରୟାସକୁ ଯଥେଷ୍ଟ ପ୍ରଶଂସା କରିଛନ୍ତି ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ