ଭାରତୀୟ ସେନାରେ ସାମିଲ ହେବ ‘ଯୋରାବର୍’

ଭାରତୀୟ ସେନାରେ ସାମିଲ ହୋଇଛି ଅତ୍ୟାଧୁନିକ ଟ୍ୟାଙ୍କ୍ ‘ଯୋରାବର୍’ । ଏହି ଡ୍ରୋନକୁ ଡିଆରଡିଓ ବିକଶିତ କରିଛି । ଖାସକରି ପୂର୍ବ ଲଦାଖରେ ଭାରତୀୟ ସେନାର ଆବଶ୍ୟକତାକୁ ପୂରା କରିବା ପାଇଁ ଏହି ଟ୍ୟାଙ୍କକୁ ବିକଶିତ କରିଛି ଡିଆରଡିଓ । ଏଲଏସିରେ ଭାରତ ଚୀନ ମଧ୍ୟରେ ବଢୁଥିବା ତିକ୍ତତାକୁ ଦୃଷ୍ଟିରେ ରଖି ଯୋରାବରକୁ ଚୀନର ମୁକାବିଲା ପାଇଁ ଲଦାଖରେ ମୁତୟନ କରାଯିବ । ସବୁଠୁ ବଡ କଥା ହେଉଛି ଭାରତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପାଇଁ ଅନ୍ୟ କୌଣସି ଦେଶ ଉପରେ ନିର୍ଭର ନକରି ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ବନାଉଛି ।ଯଦି ଆମେ ଏହି ଅତ୍ୟାଧୁନିକ ଟ୍ୟାଙ୍କ ଯୋରାବରର କ୍ଷମତା ବାବଦରେ କହିବା ତେବେ, ଏହି ଟ୍ୟାଙ୍କର ଓଜନ ଅନ୍ୟ ଟ୍ୟାଙ୍କର ଟି-୭୨, ଟି-୯୦ ତୁଳନାରେ ଓଜନ କମ୍ ହୋଇଥିବାରୁ ଏହା ଅତି ସହଜରେ ପାହାଡ ଉପରେ ଚଢିପାରିବ । କେବଳ ସେତିକି ନୁହେଁ, ଏହି ଟ୍ୟାଙ୍କ ନଦୀ ଏବଂ ଅନ୍ୟ ପାଣି ଅଞ୍ଚଳରେ ବି ଅତି ସହଜରେ ଯାତାୟତ କରିବା ସହ ଯୁଦ୍ଧ ମଧ୍ୟ କରିପାରିବ ।