କିଡ୍ନୀ ଏପରି ଏକ ଅଙ୍ଗ, ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ପ୍ରତିଶତ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ ସେ ସମ୍ପର୍କରେ କିଛି ଜଣାପଡ଼େନି। ପୁଣି ଅନେକ କ୍ଷେତ୍ରରେ ଗୋଟିଏ କିଡ୍ନୀ କାର୍ଯ୍ୟରହିତ ହୋଇ ପଡ଼ିଥିଲେ ମଧ୍ୟ ଅନ୍ୟ କିଡ୍ନୀଟି ସନ୍ତୋଷଜନକ ଭାବରେ କାର୍ଯ୍ୟ କରି ଚାଲିଥିବାରୁ କିଡ୍ନୀ ଅସୁସ୍ଥତା ବିଷୟରେ କୌଣସି ସୂଚନା ମିଳି ନ ଥାଏ। ଦୁଇଟିଯାକ କିଡ୍ନୀ ସୁସ୍ଥ ଭାବରେ କାମ କରି ଚାଲିଥିବାବେଳେ ବିଭିନ୍ନ କାରଣବଶତଃ ଏହା ହଠାତ୍ ଅକାମୀ ହୋଇପଡ଼େ। ଏପରି ଅବସ୍ଥାକୁ କୁହାଯାଏ ‘ଆକ୍ୟୁଟ ରେନାଲ ଫେଲ୍ୟୁଓର୍’ ବା ଏଆର୍ଏଫ୍। କିଡ୍ନୀ ମଧ୍ୟ ଦେଇ ଯଥେଷ୍ଟ ରକ୍ତ ପ୍ରଭାବିତ ହୋଇ ନ ପାରିବା ଯୋଗୁ ଏହାର ଅକ୍ଷମତା ଉପୁଜେ। ତରଳ ଝାଡ଼ା ବାନ୍ତି ଯୋଗୁ ଡିହାଇଡ୍ରେସନ୍ ହେବା, ଶରୀରରୁ ଅଧିକ ରକ୍ତକ୍ଷୟ ଘଟିବା, ଚର୍ମର ବେଶି ଅଂଶ ପୋଡ଼ିଯିବା, ସଂକ୍ରମଣ ବଢ଼ି ସେପ୍ଟିସିମିଆ ହେବା, ଅଂଶୁଘାତ ହେବା, ବିଷାକ୍ତ ସାପ କାମୁଡ଼ିବା, ବିଷ ଖାଇବା ଇତ୍ୟାଦି କାରଣରୁ ଆକ୍ୟୁଟ୍ କିଡ୍ନୀ ଅକ୍ଷମତା ପ୍ରକାଶପାଏ। ପରିସ୍ରାର ପରିମାଣ କମିଯିବା, ଅଇ ଉଠିବା, ବାନ୍ତି ହେବା, ଭୋକ ମରିଯିବା, ଦୁର୍ବଳତା ଅନୁଭବ କରିବା, ନିଦୁଳିଆ ଲାଗିବା, ଶ୍ୱାସକ୍ରିୟାରେ କଷ୍ଟ ହେବା, ପାଦ ଫୁଲିବା ଆଦି ଏହାର କେତୋଟି ସାଧାରଣ ଲକ୍ଷଣ। ଅନ୍ୟପକ୍ଷରେ ରକ୍ତଚାପ ବଢ଼ି ଦୀର୍ଘଦିନ ଧରି ଅନିୟନ୍ତ୍ରିତ ଅବସ୍ଥାରେ ରହିଲେ, ଡାଇବେଟିସ୍ ନିୟନ୍ତ୍ରଣରେ ନ ଥିଲେ ଯନ୍ତ୍ରଣା କମେଇବା ପାଇଁ ମୁଠା ମୁଠା ପେନ୍କିଲର୍ ଓଷଧ ଖାଇଲେ ପୁରୁଷମାନଙ୍କଠାରେ ଏହାର ପ୍ରଭାବ ପଡ଼େ।
Trending
- ଡବଲ ଇଞ୍ଜିନ ସରକାର ଡବଳ ବିକାଶ କରିବ ବୋଲି କହିଥିଲା, କିନ୍ତୁ ଲୋକଙ୍କୁ ଡବଲ ଧୋକା ଦେଇଛି – ନବୀନ
- ୮୪ତମ ରୋଡ କଂଗ୍ରେସ ସମାବେଶ ଉଦ୍ଘାଟିତ,କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି
- ଛାଡ଼ଖାଇ ପାଇଁ ଆଜି ସାରା ରାଜ୍ୟର ଆମିଷ ବଜାରରେ ପ୍ରବଳ ଭିଡ଼,ମଟନ ଓ ଚିକେନ୍ ଅପେକ୍ଷା ମାଛର ଚାହିଦା ବେଶି
- ଆଜି ଚତୁର୍ଥ ଦିନରେ ଉତ୍କଳ ବିଲ୍ଡର୍ସରେ ଚଢ଼ାଉ,ସଂସ୍ଥାର ମାଲିକ ସମତେ ଆକାଉଣ୍ଟାଣ୍ଟ୍ଙ୍କୁ ମାରାଥନ ଜେରା
- ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଲୋକସେବା ଭବନରେ ‘ବନ୍ଦେ ମାତରମ୍’ ଗାନ ମୁଖ୍ୟମନ୍ତ୍ରୀ
- ଜେଏନୟୁରେ ଛାତ୍ରସଂଘ ନିର୍ବାଚନରେ ବାଜିମାତ କଲା ବାମ ଦଳ ସମର୍ଥିତ ଛାତ୍ର ସଙ୍ଗଠନ
- ବିହାର ରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ , ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ୬୦.୧୩ ପ୍ରତିଶତ ଭୋଟର ମତଦାନ ରେକର୍ଡ
- ନବୀନଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବିହାର ବିଧାନସଭା ନିର୍ବାଚନ , ଦିନ ୧୦ଟା ସୁଦ୍ଧା ୧୩.୧୩% ମତଦାନ
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
Prev Post
Next Post