ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ରତ୍ନବେଦୀରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଶ୍ରୀଜୀଉ । ଭକ୍ତ ଓ ଭଗବାନଙ୍କ ମିଳନରେ ଭକ୍ତିମୟ ହୋଇଯିବ ବଡ଼ଦାଣ୍ଡ । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରଥାରୁଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିବେ ମହାପ୍ରଭୁ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଦର୍ଶନ ଦେବେ ମହାବାହୁ । ବର୍ତ୍ତମାନ ରଥ, ପଥ ଓ ଭକ୍ତ ଚାହିଁ ବସିଛନ୍ତି ଦାରୁବ୍ରହ୍ମଙ୍କ ଆଗମନକୁ ।କୋଟି ଓଡ଼ିଆଙ୍କ ମଉଡ଼ମଣୀ ପ୍ରଭୁ ଶ୍ରୀ ଜଗନ୍ନାଥ । ସେ ଲୀଳାମୟ ଓ ଭାବଗ୍ରାହୀ କଳାଠାକୁର । ମହାପ୍ରଭୁଙ୍କ ରଥାରୁଢ଼ ଦର୍ଶନ କଲେ ପୁନଃଜନ୍ମରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହି ‘ରଥଯାତ୍ରା’ ବା ‘ଶ୍ରୀ ଗୁଣ୍ଡିଚା ଯାତ୍ରା’ ହେଉଛି ସର୍ବଶ୍ରେଷ୍ଠ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥକୁ ନନ୍ଦିଘୋଷ, ପ୍ରଭୁ ବଳଭଦ୍ରଙ୍କ ରଥ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ରଥକୁ ଦର୍ପଦଳନ କୁହାଯାଏ । ତେବେ ଆପଣ କେବେ ଭାବିଛନ୍ତି ଶ୍ରୀ ଜଗନ୍ନାଥଙ୍କ ରଥକୁ ନନ୍ଦିଘୋଷ ବୋଲି କାହିଁକି କୁହାଯାଏ ? ଏହା ପଛରେ ରହିଛି ଏକ ରୋଚକ କାହାଣୀ । ‘ନନ୍ଦି’ ଆଉ ‘ଘୋଷ’ ଏହି ଦୁଇଟି ଶବ୍ଦର ମିଶ୍ରଣରେ ସୃଷ୍ଟି ହୋଇଛି ନନ୍ଦିଘୋଷ । ‘ନନ୍ଦି’ ହେଉଛନ୍ତି ଭଗବାନ ଶିବଙ୍କ ବାହନ ଏବଂ ‘ଘୋଷ’ର ଅର୍ଥ ଗର୍ଜନ । ତେବେ ନନ୍ଦିଙ୍କ ଗର୍ଜନରୁ ରଥର ନାଁ ହେଉଛି ନନ୍ଦିଘୋଷ । ତ୍ରେତୟା ଯୁଗର ଏକ କଥା ସହ ନନ୍ଦିଘୋଷ ଶବ୍ଦଟି ଜଡ଼ିତ। ରାବଣ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ଭଗବାନ ରାମଙ୍କ ସହ ଥିବା ବାନର ଓ ଭଲ୍ଲୁକମାନେ, ଯୁଦ୍ଧର ରଣନୀତି ପ୍ରସ୍ତୁତ କରୁଥାନ୍ତି। ଏହି ସମୟରେ ଇନ୍ଦ୍ର ଦେବତା ମଧ୍ୟ ଭଗବାନ ରାମଙ୍କୁ ସହାୟତା କରିବା ପାଇଁ ଚିନ୍ତା କରନ୍ତି। ପ୍ରଭୁ ରାମ ବନବାସୀ ହୋଇଥିବାରୁ, ତାଙ୍କ ପାଖରେ ରଥ ନ ଥାଏ। ଏଣୁ ରଥଟିଏ ପ୍ରଦାନ କରନ୍ତି ଦେବରାଜ ଇନ୍ଦ୍ର। ହେଲେ ରାବଣର ସୈନ୍ୟଙ୍କୁ ପରାସ୍ତ କରିବା ରାମଙ୍କ ପକ୍ଷେ ସମ୍ଭବ ହୁଏନାହିଁ। ଏହି ସମୟରେ ବିଷ୍ଣୁରୂପୀ ଶ୍ରୀରାମଙ୍କୁ ସହାୟତା କରିବା ପାଇଁ ଭଗବାନ ଶିବ ନିଜ ବାହନ ‘ନନ୍ଦି’ଙ୍କୁ ପ୍ରେରଣ କରନ୍ତି। ନନ୍ଦିଙ୍କୁ ଧାରଣ କରିବାର ଶକ୍ତି କାହାର ନ ଥିବାରୁ, ବିଷ୍ଣୁଙ୍କ ସୁଦର୍ଶନ ଚକ୍ରରେ ସ୍ଥାପିତ ହୁଅନ୍ତି ନନ୍ଦି। ଦୁଇ ମହାଶକ୍ତି ଏକାଠି ହୁଏ। ସୁଦର୍ଶନଙ୍କ ଘୂର୍ଣ୍ଣନ ବେଳେ ନନ୍ଦିଙ୍କ ଅବସ୍ଥାନ ଯୋଗୁ, ନନ୍ଦି ଭୀଷଣ ଗର୍ଜନ କରନ୍ତି। ସେହି ଗର୍ଜନ ଫଳରେ ରାବରଣ ଅର୍ଦ୍ଧାଧିକ ସୈନ୍ୟ ପ୍ରାଣ ହରାନ୍ତି ଓ ଶ୍ରୀରାମଙ୍କ ବିଜୟପଥ ସୁଗମ ହୁଏ। ଏଣୁ ଇନ୍ଦ୍ରଙ୍କ ପ୍ରଦତ୍ତ ଏହି ରଥର ନାମ ହୁଏ ‘ନନ୍ଦିଘୋଷ’।ନନ୍ଦିଘୋଷ ରଥର ଉଚ୍ଚତା ହେଉଛି ୪୫ ଫୁଟ୍ ୬ ଇଞ୍ଚ୍ । ଦୈର୍ଘ୍ୟ ଓ ପ୍ରସ୍ଥ ୩୪ ଫୁଟ୍ ୬ ଇଞ୍ଚ୍ । ମୋଟ୍ ଚକ ଓ ଅଖ ସଂଖ୍ୟା ଯଥାକ୍ରମେ ୧୬ ଓ ୮ । ଏହି ରଥରେ ନାଲି ଓ ହଳଦିଆ ରଙ୍ଗର କପଡ଼ାରେ ତିଆରି ହୋଇଥାଏ ।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
Prev Post