ନିଜ ଭକ୍ତର ଦୁଃଖ ବୁଝିବା ପାଇଁ ସେ ପ୍ରତି ବର୍ଷ ବଡ ଦେଉଳ ଛାଡି ବଡଦାଣ୍ଡକୁ ଆସିଥାନ୍ତି । କିନ୍ତୁ ବିଶ୍ୱବ୍ରହ୍ମାଣ୍ଡ ପାଳନ କର୍ତ୍ତା ଭଗବାନ ବିଷ୍ଣୁଙ୍କ ଅବତାର ଶ୍ରୀଜଗନ୍ନାଥ ଅଧାଗଢା କାହିଁକି ? କାହିଁକି ଦାରୁ ଦିଅଁଙ୍କର ନାହିଁ ପାପୁଲି କିମ୍ବା କାନ? ଶାସ୍ତ୍ର କୁହେ ଯେ, ଭଗବାନଙ୍କୁ ମିଳିଥିବା ଅଭିଶାପ ଯୋଗୁଁ ସେ ଆଜି ଅଧାଗଢା ହୋଇ ରହି ଯାଇଛନ୍ତି । ଏହା ସତ୍ୟ ଯେ, ବିଶ୍ୱକର୍ମା ଶ୍ରୀଜିଉଙ୍କ ମୂର୍ତ୍ତି ନିର୍ମାଣ କରୁଥିବା ସମୟରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଭୁଲ ଯୋଗୁଁ ସେ ଅଧାଗଢା ରହିଛନ୍ତି । ତେବେ ଏହା ପଛରେ ଏକ ବିରାଟ ରହସ୍ୟ ରହିଛି ।ଗଭବାନ ବିଷ୍ଣୁଙ୍କ ଅନ୍ୟ ଅବତାରରେ ସେ ଦୁଇ ଜଣଙ୍କ ପାଖରୁ ଅଭିଶାପ ପାଇଥିଲେ । ତେଣୁ କଳି ଯୁଗରେ ସେ ଅଧାଗଢା ରହିବା ପାଇଁ ବଚନ ମଧ୍ୟ ଦେଇଥିଲେ । ରାମାୟଣ ଅନୁସାରେ, କିସ୍କିନ୍ଧା ରାଜ୍ୟର ରାଜା ବାଳିଙ୍କୁ ବଦ୍ଧ କରି ଶ୍ରୀରାମଚନ୍ଦ୍ର ବନ୍ଧୁ ସୁଗ୍ରୀବଙ୍କୁ ରାଜା ଭାବରେ ଅଭିଷେକ କରାଇଥିଲେ । ସେଥିପାଇଁ ପରାକ୍ରମୀ ବାଳିଙ୍କୁ ଛଳନା କରି ମାରିଥିଲେ ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର । ବାଳି ଏବଂ ସୁଗ୍ରୀବ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏକ ଗଛ ଆଢୁଆଳରେ ରହି ରଘୁନାଥ ବାଳିଙ୍କ ଉପରକୁ ଶର ମାରିଥିଲେ । ଯାହା ଫଳରେ ବାଳି ସେହିଠାରେ ହିଁ ଲୋଟି ପଡିଥିଲେ । କିନ୍ତୁ ମୃତ୍ୟୁ ପୂର୍ବରୁ ସେ ଶ୍ରୀରାମଙ୍କୁ ଗୋଟିଏ ବର ମାଗିଥିଲେ । ସେ କହିଥିଲେ ଯେ, ହେ ଶ୍ରୀରାମ ଆପଣ ନାରାୟଣଙ୍କ ଅବତାର ହୋଇ ମଧ୍ୟ ମୋତେ କପଟ କରି ହତ୍ୟା କରିଛନ୍ତି । ତେଣୁ ମୁଁ ଆପଣଙ୍କୁ ଏତିକି ବର ମାଗୁଛି ଯେ ଆପଣ ଯେଉଁ ପାପୁଲିରେ ଶରବିଦ୍ଧ କରିଛନ୍ତି, ସେହି ହାତ ଆପଣଙ୍କର ନ ରହୁ ।ବାଳିଙ୍କର ଏହି କଥା ଶୁଣି ଶ୍ରୀରାମ ମଧ୍ୟ କାନ୍ଦି ପକାଇଥିଲେ ଏବଂ କହିଥିଲେ, ତଥାସ୍ତୁ… ହେ ପରାକ୍ରମୀ ବାଳି, ଆପଣଙ୍କର ଏହି ଅଭିଶାପକୁ ମୁଁ ଏହି ଜନ୍ମରେ ପୂରଣ କରିପାରିବି ନାହିଁ । ତେଣୁ କଳିଯୁଗରେ ମୁଁ ଯେବେ ଜନ୍ମ ନେବି, ଆପଣଙ୍କୁ ଦେଇଥିବା ବର ଅନୁସାରେ ମୋର ହାତ ରହିବ ହେଲେ ପାପୁଲି ନଥିବ । ଅଧାଗଢା ହୋଇ ମୁଁ ଶ୍ରୀଜଗନ୍ନାଥ ରୂପରେ ଅବତାର ନେବି । ସେତେବେଳେ ମୋ ପାଖରେ ପାପୁଲି ନଥିବ କି ମୁଁ କାହାକୁ ଏପରି ଛଳନା କରି ହତ୍ୟା କରିପାରିବି ନାହିଁ । ଏତିକି ଶୁଣିବା ପରେ ବାଳି ଶ୍ରୀରାମଚନ୍ଦ୍ରଙ୍କ କୋଳରେ ପ୍ରାଣତ୍ୟାଗ କରିଥିଲେ । ତେଣୁ ତ୍ରେତୟା ଯୁଗରେ ବାଳିଙ୍କୁ ଦେଇଥିବା ବରଦାନ ଏବଂ ପ୍ରତିଜ୍ଞା ଯୋଗୁଁ କଳି ଯୁଗରେ ଅଧାଗଢା ହୋଇ ରହିଛନ୍ତି ପ୍ରଭୁ ନାରାୟଣଙ୍କ ଅବତାର ଶ୍ରୀଜଗନ୍ନାଥ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ