ଶ୍ରୀମନ୍ଦିରକୁ ବିଜେ କରିବ ଫୁଲୁରୀ ତେଲ

ମହାପ୍ରଭୁଙ୍କ ଅନବସର ସେବା ପାଇଁ ଶ୍ରୀମନ୍ଦିରକୁ ବିଜେ କରିବ ଫୁଲୁରୀ ତେଲ। ବଡ଼ ଓଡ଼ିଆ ମଠ ମହନ୍ତ ଏହି ତେଲ ପ୍ରସ୍ତୁତ କରି ମହାପ୍ରଭୁଙ୍କ ସେବା ପାଇଁ ପହଁଚାଇବେ। ହେରାପଞ୍ଚମୀରୁ ଆରମ୍ଭ ହୋଇଯାଏ ପର ବର୍ଷ ପାଇଁ ଠାକୁରଙ୍କ ଫୁଲୁରୀ ତେଲ ପ୍ରସ୍ତୁତି…24 ପ୍ରକାର ଉପାଦାନରେ ତିୁଆରି ହୋଇଥାଏ ମହାପ୍ରଭୁଙ୍କ ପାଇଁ ଏହି ତେଲ। ମହାପ୍ରଭୁଙ୍କ ଗୁପ୍ତନୀତି ମଧ୍ୟରେ ଫୁଲୁରୀ ତେଲ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ପ୍ରତିବର୍ଷ ଅଣସରରେ ୬ ସେର ଫୁଲୁରୀ ତେଲ ଯୋଗାଯାଇଥାଏ। କେବଳ ନବକଳେବର ବର୍ଷରେ ୯ ସେର ଫୁଲୁରୀ ତେଲ ଦିଆଯାଇଥାଏ।