ଏନ୍ଇଇଟି-ୟୁଜି ପରୀକ୍ଷା ଦୁର୍ନୀତି ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)କୁ ହସ୍ତାନ୍ତର କରିବାର ଦିନକ ପରେ ଏହାର ଏକ ଟିମ୍ ସୋମବାର ଗୋଧ୍ରାରେ ପହଞ୍ଚତ୍ ସ୍ଥାନୀୟ ପୋଲିସଠାରୁ ୧୦୦୦ ପୃଷ୍ଠାରୁ ଊର୍ଦ୍ଧ୍ୱ କାଗଜପତ୍ର ଗ୍ରହଣ କରିଛି। ସେଠାର ପର୍ଭାଡ଼ି ଗ୍ରାମରେ ଥିବା ଜୟ ଜଲାରାମ ସ୍କୁଲ୍ରେ ପରୀକ୍ଷା ପରିଚାଳନାରେ ଅସାଧୁ ଉପାୟ ଅବଲମ୍ବନ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ହାତରେ ଥିବା ୫ ଜଣଙ୍କୁ ଜେରା ପାଇଁ ନିଜ ହେପାଜତକୁ ନେବା ନିମନ୍ତେ ସିବିଆଇ ଟିମ୍ ଗୋଧ୍ରାର ଜିଲା କୋର୍ଟରେ ଆବେଦନ କରିବ ବୋଲି ଜଣାପଡ଼ିଛି। ସିବିଆଇ ବର୍ତ୍ତମାନ ସୁଦ୍ଧା ଗୁଜରାଟ, ବିହାର ଏବଂ ରାଜସ୍ଥାନରୁ ୩ଟି ନୂଆ ମାମଲା ଗ୍ରହଣ କଲାଣି। ଗୁଜରାଟ ପୋଲିସ ତଦନ୍ତରୁ ଫୋନ୍ ଲୋକେଶନ ଡାଟା ଏବଂ ଅଭିଯୁକ୍ତମାନଙ୍କ କାର୍ଯ୍ୟକଳାପ ସମେତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି। ପ୍ରମାଣ ମଧ୍ୟରେ ପରୀକ୍ଷାର ଦିନକ ପୂର୍ବରୁ ଅଭିଯୁକ୍ତମାନଙ୍କ ମଧ୍ୟରେ ମିଟିଂର ଡିଜିଟାଲ ଭିଡିଓ ରେକର୍ଡିଂ, ଛାତ୍ରୀଛାତ୍ର ପୈଠ କରିଥିବା ମୋଟ ୨.୩ କୋଟି ଟଙ୍କାର ଅଗ୍ରିମ ଚେକ୍ ଆଦି ରହିଛି।ଆମ୍ ଆଦ୍ମୀ ପାର୍ଟି ନେତା ତଥା ଛାତ୍ର ଅଧିକାର କର୍ମୀ ଯୁବରାଜ ଜାଡେଜାଙ୍କ ଅଭିଯୋଗ ଅନୁଯାୟୀ ପରଶୁରାମ ରାୟ ତାଙ୍କ ଛାତ୍ରୀଛାତ୍ରଙ୍କୁ ପରୀକ୍ଷାରେ ପ୍ରଶ୍ନପତ୍ରକୁ ଫାଙ୍କା ଛାଡ଼ିଆସିବାକୁ ପରାମର୍ଶ ଦେଇଥିଲେ। ସେଗୁଡ଼ିକରେ ଉତ୍ତର ତୁଷାର ଭଟ୍ଟ ଭରିବାର ଥିଲା। ପିଲାମାନଙ୍କୁ ପାସ୍ କରାଇଦେବା ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏ ନିଆଯାଇଥିଲା। ତଦନ୍ତ ବେଳେ ପରୀକ୍ଷାର ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଥିବା ଭଟ୍ଟଙ୍କ କାରରୁ ୭ ଲକ୍ଷ ଟଙ୍କା ଜବତ ହୋଇଛି। କାଗଜାତ ପ୍ରମାଣ ଭାବେ ମୋବାଇଲ ଫୋନ୍ରୁ ପରୀକ୍ଷାର୍ଥୀମାନଙ୍କ ତାଲିକା ସହ ସେଥିରେ ଧୂସର ଓ କଳା ଚିହ୍ନରେ କୋଡ୍ ଟିବି (ତୁଷାର ଭଟ୍ଟ) ଏବଂ ପିଆର୍ (ପରଶୁରାମ ରାୟ) ଚିହ୍ନଟ କରାଯାଇଛି। ଛାତ୍ରମାନେ ପରୀକ୍ଷା ଠକେଇରେ ସାମିଲ ଥିଲେ ବୋଲି ଏଥିରୁ ସୂଚନା ମିଳିଛି। ସେମାନେ ମୋଟ ୨.୮୨ କୋଟି ଟଙ୍କାର ଅଗ୍ରିମ ଚେକ୍ ଦେଇଥିବାବେଳେ ସେଥିରୁ ୬୬ ଲକ୍ଷ ପରଶୁରାମଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିଲା।
Trending
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
Prev Post
Next Post