୨୦୨୪ ଜୁଲାଇ ୨୭ ଓ ୨୮ ରେ ଭୁବନେଶ୍ୱରର ଲୁମ୍ବିନି କନ୍ଭେନ୍ସନଠାରେ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ(ଆଇସିସି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ମେଗା ନିଯୁକ୍ତି ମେଳା’ ଆରମ୍ଭ ହେବ ବୋଲି ବିସ୍ତୃତ ଭାବେ ସୂଚନା ଦିଆଯାଇଛି ।ଏହି ପରିପ୍ରେକ୍ଷୀରେ ସୋମବାର ଆଇସିସି ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଭୁବନେଶ୍ୱରର ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଆଇସିସି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଜେ.ବି ପାଣିଙ୍କ ସମେତ ସିକତା ଦାସ, ଆର.କେ ଦାସ, ଜେ.ଡି. ପାଲ, ରାଜୀବ ସାହୁ ଏବଂ ବି.ଏନ. ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସମ୍ମିଳନୀର ଆଭିମୁଖ୍ୟ ଓ ମେଳା ସମ୍ପର୍କିତ ସମସ୍ତ ସୂଚନା ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ, ମେଡିକାଲ, ବ୍ୟାଙ୍କ, ହସ୍ପିଟାଲିଟି, ଆଇଟି, ଶିକ୍ଷା, ଖଣି, ଅଟୋମୋବାଇଲ୍ ଏବଂ ଏଚ୍ଆର୍ କନସଲଟାନ୍ସ ଭଳି ବିଭିନ୍ନ କ୍ଷେତ୍ରରେ ଚାକିରି ଖୋଜୁଥିବା ଆଶାୟୀ ଏବଂ ଶୀର୍ଷ ନିଯୁକ୍ତିଦାତାମାନେ ଅଂଶଗ୍ରହଣ କରିପାରିବେ।
ସେହିଭଳି ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ୪୦୦୦ରୁ ୫୦୦୦ ଅଂଶଗ୍ରହଣକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏପରିକି ଚାକିରି ଖୋଜୁଥିବା ଏବଂ ନିଯୁକ୍ତିଦାତାଙ୍କ ମଧ୍ୟରେ ସିଧାସଳଖ କଥାବାର୍ତ୍ତା ଏବଂ ଯୋଗଦାନ ପାଇଁ ଆଇସିସି ନିଯୁକ୍ତି ମେଳା ୨୦୨୪ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାର୍ଟଫର୍ମ ହେବ।
ସେହିପରି ବିଭିନ୍ନ କମ୍ପାନୀ ଏବଂ ଚାକିରି ଖୋଜୁଥିବା ଲୋକଙ୍କୁ ଏକତ୍ର କରିବା ସହିତ ପ୍ରାର୍ଥୀଙ୍କ ଦକ୍ଷତା ଏବଂ ଯୋଗ୍ୟତାର ବାସ୍ତବ ମୂଲ୍ୟାଙ୍କନକୁ ଏହା ସୁଗମ କରିବ ବୋଲି ଆୟୋଜକଙ୍କ ପକ୍ଷରୁ ବିସ୍ତୃତ ଭାବେ ମତପ୍ରକାଶ କରାଯାଇଛି।
Trending
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
- ଖାନ ସାରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ଏକ ମାମଲା ରୁଜୁ
- ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଦେବାଶିଷ ସାମନ୍ତରାୟ
- କନଷ୍ଟେବଳ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଆଜି NHRC ତଦନ୍ତର ଶେଷ ଦିନ
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ