ସେମିଫାଇନାଲ୍ରେ ଇଂଲଣ୍ଡକୁ ଭେଟିବ ଭାରତ
ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ୨୦୨୪ର ସେମିଫାଇନାଲରେ ପ୍ରବେଶ କରିଛି । ସୁପର-୮ର ଶେଷ ମ୍ୟାଚ୍ରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆକୁ ହରାଇବା ସହିତ କ୍ରମାଗତ ତୃତୀୟ ମ୍ୟାଚ୍ ଜିତି ସେମିଫାଇନାଲରେ ପହଞ୍ଚିଛି । ଟିମ ଇଣ୍ଡିଆ ଗ୍ରୁପ-୧ ରେ ପ୍ରଥମ ସ୍ଥାନରେ ରହି ୪ ପଏଣ୍ଟ ପାଇଛି । ତେବେ ସେମିଫାଇନାଲ୍ରେ ଦଳ ଇଂଲଣ୍ଡକୁ ଭେଟିବ । ଏହା ସହିତ ଟିମ ଇଣ୍ଡିଆକୁ ୨ ବର୍ଷ ପୁରୁଣା ପରାଜୟର ପ୍ରତିଶୋଧ ନେବାର ସୁଯୋଗ ମିଳିବ ।ସୁପର ୮ର ପ୍ରଥମ ଏବଂ ଦ୍ୱିତୀୟ ମ୍ୟାଚ ଜିତିବା ପରେ କ୍ରିକେଟ୍ ପ୍ରେମୀ ଏକ ପ୍ରକାର ନିଶ୍ଚିତ ଥିଲେ ଯେ ଟିମ ଇଣ୍ଡିଆ ସେମିଫାଇନାଲ୍ରେ ପହଞ୍ଚିବ। କିନ୍ତୁ ହାରିଥିଲେ ବାଦ୍ ପଡ଼ିବାର ମଧ୍ୟ ଆଶଙ୍କା ରହିଥିଲା । ହେଲେ ଶେଷ ମ୍ୟାଚରେ ଅଷ୍ଟ୍ରେଲିଆକୁ ଚକ୍ମା ଦେଇ ପରାସ୍ତ କରିଛି ଦଳ ।ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜକୁ ପରାସ୍ତ କର ଗ୍ରୁପ୍-୨ରେ ପ୍ରଥମ ସ୍ଥାନ ହାସଲ କରିଥିଲା ଟିମ୍ ଇଂଲଣ୍ଡ । ଏଥିସହିତ ସେମିଫାଇନାଲରେ ପ୍ରବେଶ କରିଥିଲା। ତେବେ ବିଶ୍ୱକପ କାର୍ଯ୍ୟସୂଚୀ ଅନୁସାରେ ଯଦି ଟିମ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରେ, ତେବେ ସୁପର- ୮ ଗ୍ରୁପ ପରେ ଦଳ ଦ୍ୱିତୀୟ ସେମିଫାଇନାଲ ଖେଳିବ। ଏହି ସେମିଫାଇନାଲ ଜୁନ ୨୭ ରେ ଗୁଇନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ ଭାରତୀୟ ସମୟ ରାତି ୮ ଟାରୁ ଆରମ୍ଭ ହେବ ।