ଯୋଗର ନିୟମ ଅହିଂସା, ସାତ୍ତ୍ୱିକ ଓ ସ୍ୱଚ୍ଛ ରହିବା। ଆମର ଖାଦ୍ୟପାନୀୟ ମଧ୍ୟ ଏହିପରି ହେବା ଜରୁରୀ। ଶାକାହାରୀ, ସାତ୍ତ୍ୱିକ ଓ ପରିମଳ ପରିବେଶରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ସେବନ କରିବା ଉଚିତ। ଶାକାହାରୀ ହେବା ଅର୍ଥାତ ପନିପରିବା ଯୁକ୍ତ ଖାଦ୍ୟ ଖାଇବା। ଋତୁ ଅନୁସାରେ ଫଳ, ପନିପରିବା ଖାଇବା ଦ୍ୱାରା ଆମ ଶରୀରକୁ ବିଭିନ୍ନ ପ୍ରକାର ଭିଟାମିନ୍ ଓ ଫାଇବର ମିଳିଥାଏ। ଶାଗରେ ମିନେରାଲସ୍ ଭରପୂର ଥିବାରୁ ଶାଗ ଖାଇବା ଜରୁରୀ। ନିଜ ବଗିଚାରେ କିଛି ପନିପରିବା ଲଗାଇ ତାହାକୁ ଖାଇବାକୁ ଚେଷ୍ଟା କରନ୍ତୁ। ଏଥିସହିତ ନିଜୟମିତ ଆଲମଣ୍ଡ, ୱାଲନଟ୍ ଡ୍ରାଏଫୁଟସ୍ ଖାଆନ୍ତୁ। ଏହା ଆପଣଙ୍କ ଶରୀରକୁ ପ୍ରୋଟନ୍ ଯୋଗାଇବ।
ଛେନା, କ୍ଷୀର, ଓଟସ୍, ମିଲେଟ ଇତ୍ୟାଦି ପୁଷ୍ଟିସାର ବା ପ୍ରୋଟିନ୍ ପାଇଁ ଉପଯୁକ୍ତ ଉତ୍ସ ହୋଇଥିବାରୁ ଏହାକୁ ଖାଦ୍ୟରେ ସାମିଲ କରନ୍ତୁ। ତେବେ ମାଛ, ମାଂସ ଓ ଅଣ୍ଡା ଆଦି ଯୋଗ ଉପଯୋଗୀ ଖାଦ୍ୟ ନୁହେଁ,ଏଥିରୁ ଦୂରେଇ ରୁହନ୍ତୁ। ଏକ ପରିସ୍କାର ପରିବେଶରେ ଖାଦ୍ୟ ରାନ୍ଧିବା ଓ ଖାଇବା ଜରୁରୀ। କୌଣସି ରାସାୟନିକ ଦ୍ରବ୍ୟ ଯେପରିକି କୃତ୍ରିମ ରଙ୍ଗ, କୃତ୍ରିମ ମିଠା, ଅତ୍ୟଧିକ ତେଲ ମସଲା, ନିଶା ଜାତୀୟ ଦ୍ରବ୍ୟ ଖାଇବାକୁ ବାରଣ କରାଯାଇଛି। ଥରକରେ ପେଟ ଭରି ଖାଦ୍ୟ ନଖାଇ ବରଂ ଅଳ୍ପ ଅଳ୍ପ ଖାଇବା ଉଚିତ୍। ଏହାସହିତ ମଧ୍ୟାହ୍ନ ଓ ରାତ୍ରି ଭୋଜନ ପୂର୍ବରୁ ସାଲାଡ ଖାଇବା ଅତ୍ୟନ୍ତ ଜରୁରୀ। ସାଲାଡକୁ ଖାଦ୍ୟ ସାଙ୍ଗରେ କିମ୍ବା ପରେ ଖାଇଲେ ସୁଫଳ ମିଳେ ନାହିଁ। ରାତ୍ରି ଭୋଜନ ଶୀଘ୍ର କରିବା ସହ ଭୋଜନର ୨ଘଣ୍ଟା ପରେ ଶୁଅନ୍ତୁ ଏବଂ ସକାଳୁ ଶୀଘ୍ର ଉଠି ଯୋଗାଭ୍ୟାସ ପାଇଁ ସମୟ ବାହାର କରନ୍ତୁ।
Trending
- ବିଜେଡି ଛାଡୁଛନ୍ତି ଅସନ୍ତୁଷ୍ଟ ବରିଷ୍ଠ ନେତା
- ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର
- ଓଏଏସ୍ ସ୍ତରରେ ଅଦଳବଦଳ
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
Next Post