ଅଫିସ ବା କାର୍ଯ୍ୟାଳୟରେ ବିଳମ୍ବରେ ପହଞ୍ଚୁଥିବା କର୍ମଚାରୀମାନଙ୍କ ପାଇଁ ବଡ଼ ଖବର ସାମନାକୁ ଆସିଛି । ଏଣିକି ମନ ଇଚ୍ଛା ସମୟରେ ଅଫିସକୁ ଯାଇ ପାରିବେ ନାହିଁ କୌଣସି କର୍ମଚାରୀ । ଏଥିପାଇଁ ସରକାରଙ୍କ ତରଫରୁ ଏଭଳି କର୍ମଚାରୀମାନଙ୍କୁ ତାଗିଦ କରାଯାଇଛି । ଏଣିକି ୧୫ ମିନିଟରୁ ଅଧିକ ସମୟ ବିଳମ୍ବ ହେଲେ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମସ୍ତ କର୍ମଚାରୀମାନଙ୍କୁ ୯.୦୦-୯.୧୫ ମଧ୍ୟରେ ଅଫିସରେ ଉପସ୍ଥିତ ହେବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।ତେବେ ଏନେଇ କୁହାଯାଇଛି ଯେ, ଯଦି ସକାଳ ୯.୧୫ ସୁଦ୍ଧା କର୍ମଚାରୀ କାର୍ଯ୍ୟାଳୟରେ ନପହଞ୍ଚିଲେ ସେମାନଙ୍କର ଅଧା ଦିନ ଛୁଟି କାଟି ଦିଆଯିବ । ଜାରି ହୋଇଥିବା ସର୍କୁଲାରରେ କୁହାଯାଇଛି ଯେ କୌଣସି କାରଣରୁ ଯଦି କର୍ମଚାରୀ ବିଶେଷ ଦିନରେ ଉପସ୍ଥିତ ନହୋଇ ପାରନ୍ତି ତେବେ ତାଙ୍କୁ ଆଗୁଆ ସୂଚନା ଦେବାକୁ ପଡ଼ିବ । ଏଥିସହିତ ଅକସ୍ମିକ ଛୁଟି ପାଇଁ ଆବେଦନ କରିବାକୁ ପଡ଼ିବ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ