ଋଷର ଆର୍ଥିକ ବ୍ୟବସ୍ଥାକୁ ବଡ ଝଟକା,

visa-mastercard-suspend-operations-in-russia

ମେଟ୍ରୋ ଟିଭି ଓଡିଶା (୭.୩ .୨୦୨୨) :

ରୁଷ-ୟୁକ୍ରେନ ମଧ୍ୟରେ ଆଜି ଯୁଦ୍ଧର ୧୨ ଦିନ। ୧୨ ଦିନ ମଧ୍ୟରେ ରୁଷ ୟୁକ୍ରେନର ଅନେକ ସହରରେ ଦ୍ରୁତ ଆକ୍ରମଣ କରିଛି। ୟୁକ୍ରେନ ଉପରେ ଋଷ କରୁଥିବା ଆକ୍ରମଣକୁ ରୋକିବାକୁ ଆମେରିକା ସମତେ ଅନେକ ବଡ ବଡ ଦେଶମାନେ ଆର୍ଥିକ ପ୍ରତିବନ୍ଧକ ଲଗାଇ ଋଷର ଅର୍ଥ ବ୍ୟବସ୍ଥାକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ଏହି କ୍ରମରେ ଏବେ ଭିସା ଓ ମାଷ୍ଟର କାର୍ଡ ତରଫରୁ ଋଷରେ ସେବା ବନ୍ଦ କରିବାକୁ ଘୋଷଣା କରାଯାଇଛି । ଭିସା ଓ ମାଷ୍ଟର କାର୍ଡର ଏଭଳି ଘୋଷଣା ପରେ ଋଷୀୟ ବ୍ୟାଙ୍କମାନେ ସେମାନଙ୍କ ଗ୍ରାହକଙ୍କୁ ଦେଇଥିବା ଏସବୁ କାର୍ଡ ଏବେ ଋଷ ନାଗରିକମାନେ ବାହାର ଦେଶରେ ବ୍ୟବହାର କରିାରିବେ ନାହିଁ । ଭି

ସାର ବୟାନ ମୁତାବକ ଏହି ପ୍ରତିବନ୍ଧକ ପରେ ଋଷୀୟ ବ୍ୟାଙ୍କମାନେ ସେମାନଙ୍କ ଗ୍ରାହକଙ୍କୁ ଦେଇଥିବା ଏହି ଭିସା କାର୍ଡ ଏବେ ସେମାନେ ଦେଶ ବାହାରେ ବ୍ୟବହାର କରିାରିବେ ନାହିଁ । ଏନେଇ ଭିସାର କାର୍ଯ୍ୟକାରୀ ଅଧିକାରୀ ଅଲ କେଲୀ କହିଛନ୍ତି କି ୟୁକ୍ରେନ ଉପରେ ବିନା କାରଣରୁ ଋଷ ଯେଭଳି ଆକ୍ରମଣ ଜାରି ରଖିଛି ସେଥିପାଇଁ ଋଷରେ ଭିସାର ସମସ୍ତ ସେବାକୁ ବନ୍ଦ କରିବାକୁ କମ୍ପାନୀ ବାଧ୍ୟ ହୋଇଛି । ସେହିଭଳି ମାଷ୍ଟରକାର୍ଡ ତରଫରୁ କୁହାଯାଇଛି କି ଋଷୀୟ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ମାଷ୍ଟର କାର୍ଡ ଏବେ ସେମାନଙ୍କ ନେଟୱର୍କ ଦ୍ୱାରା କାମ କରିବ ନାହିଁ । କେବଳ ସେତିକି ନୁହେଁ ଦେଶ ବାହାରେ ବି ଋଷୀୟ ବ୍ୟାଙ୍କମାନେ ଯେଉଁ ଭିସା କାର୍ଡ ଜାରି କରିଛନ୍ତି ତାହା ଋଷର କୌଣସି ଷ୍ଟୋର ବା ଏଟିଏମରେ କାମ କରିବ ନାହିଁ ।