ଜିରା କେବଳ ଖାଦ୍ୟର ସ୍ବାଦ ବୃଦ୍ଧି କରିଥାଏ ତାହା ନୁହେଁ, ଏଥିରେ ଭରି ରହିଥିବା ବହୁ ଔଷଧୀୟ ଗୁଣ ଅନେକ ରୋଗରୁ ମଧ୍ୟ ଆମକୁ ମୁକ୍ତି ଦେଇଥାଏ। ବିଶେଷକରି ଗ୍ୟାସ୍ ହୋଇ ପେଟ ଫୁଲିଥିଲେ କିମ୍ବା ଆମ୍ବିଳା ହେକୁଟି ହେଉଥିଲେ କିଛି ଜିରାକୁ ଚୋବାଇ ଉଷୁମ ପାଣି ପିଇଦେଲେ ବେଶ୍ ଆରାମ ମିଳିଥାଏ। କେବଳ କଞ୍ଚା ଜିରା କାହିଁକି ଭଜା ଜିରାର ଗୁଣ୍ଡକୁ ବି ସେବନ କଲେ ଅନେକ ଉପକାର ମିଳେ। ଯଦି ଥଣ୍ଡା ହୋଇ ବାରମ୍ବାର ଛିଙ୍କ ହେଉଥାଏ, ତା’ହେଲେ ଜିରା ଗୁଣ୍ଡକୁ ଏକ କପଡ଼ାରେ ବାନ୍ଧି ବାରମ୍ବାର ଶୁଙ୍ଘିଲେ ଛିଙ୍କ ବନ୍ଦ ହୋଇଯାଇଥାଏ ବୋଲି ଏକ ପରୀକ୍ଷଣରୁ ଜଣାପଡିଛି। ସେହିପରି ପାଚନ ତନ୍ତ୍ର ଦୁର୍ବଳ ହୋଇ ଯାଉଥିଲେ ଭଜା ଜିରାର ଗୁଣ୍ଡକୁ କିଛି ଦିନ ସେବନ କଲେ ଅନେକ ଉପକାର ମିଳେ; କାରଣ ଏଥିରେ ଆଣ୍ଟିଅକ୍ସିଡାଣ୍ଟର କିଛି ଗୁଣ ରହିଛି। ମୁଣ୍ଡବିନ୍ଧା ହେଉଥିଲେ ଜିରା ଗୁଣ୍ଡରେ କିଛି ମିସିରି ମିଶାଇ ଖାଇଲେ ବି ଅନେକାଂଶରେ ଶାନ୍ତି ମିଳିଥାଏ ବୋଲି ବିଶ୍ୱାସ କରାଯାଏ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post