ମେଟ୍ରୋଟିଭିଓଡିଶା(୬.୩.୨୦୨୨)
ୟୁକ୍ରେନ-ରୁଷ ଯୁଦ୍ଧ ଉପରେ ସାରା ବିଶ୍ୱ ବାସୀଙ୍କ ନଜର ରହିଛି | ସ୍ଥିତି ଭୟଙ୍କର ରହିଛି | ପୁତିନ ଶୁକ୍ରବାର ଦିନ ଏକ ବୟାନ ଜାରି କରିଥିଲେ । ସେ ୟୁକ୍ରେନ ସହର ଉପରେ ଋଷ ସେନା ପକ୍ଷରୁ ହେଉଥିବା ବୋମାମାଡ ଅଭିଯୋଗକୁ ଅସ୍ୱୀକାର କରିବା ସହ କହିଛନ୍ତି କି ଯଦି ୟୁକ୍ରେନ ଏହି ୩ ଟି ସର୍ତ୍ତ ମାନିବ ତେବେ ଆଲୋଚନା ଟେବୁଲକୁ ଋଷ ଆସିବ । ସେପଟେ ଋଷ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ କ୍ରେମଲିନ କହିଛନ୍ତି କି ୟୁକ୍ରେନ ସହର ଉପରେ ଋଷ ସେନା ପକ୍ଷରୁ ବୋମାମାଡ ହେଉଥିବା ନେଇ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ପୁତିନଙ୍କର ଏଭଳି ବୟାନ ତାଙ୍କର ଜର୍ମାନ ଚାନସଲର ଆଲାଫ ସୋଲ୍ଜେ ସହ ଆଲୋଚନା ବେଳେ ଆସିଛି । ଏହି ବୟାନରେ ପୁତିନ ସ୍ପଷ୍ଟ କରିଛନ୍ତି କି ୟୁକ୍ରେନ ସହ ଆଲୋଚନା ସେତେବେଳେ ସମ୍ଭବ, ଯେତେବେଳେ ୟୁକ୍ରେନ ଋଷର ସମସ୍ତ ସର୍ତ୍ତର୍କୁ ଗ୍ରହଣ କରିବ ।

ସେପଟେ କ୍ରେମଲିନଙ୍କ କହିବା ମୁତାବକ ପୁତିନ କହିଛନ୍ତି କି କେବଳ ୟୁକ୍ରେନ ନୁହେଁ ସବୁ ପକ୍ଷଙ୍କ ସହ ଆଲୋଚନା ପାଇଁ ଋଷ ପ୍ରସ୍ତୁତ ରହିଛି । ହେଲେ ଋଷ ରଖିଥିବା ସର୍ତ୍ତକୁ ୟୁକ୍ରେନ ମାନିବା ପରେ ଏହା ସମ୍ଭବ ହେବ । ଋଷ ରଖିଥିବା ସର୍ତ୍ତ ମୁତାବକ ୟୁକ୍ରେନ ଏକ ନିରପେକ୍ଷ ଓ ଅଣ-ପରମାଣୁ ଦେଶ ହେବ, ୟୁକ୍ରେନ କ୍ରିମିଆକୁ ଋଷର ଏକ ଅଂଶ ଭାବେ ସ୍ୱୀକାର କରିବ ଓ ପୂର୍ବ ୟୁକ୍ରେନର ବିଚ୍ଛିନ୍ନତାବାଦୀ ଅଞ୍ଚଳଗୁଡିକର ସାର୍ବଭୌମତ୍ୱର ସର୍ତ୍ତ ଅନ୍ତର୍ଭୁକ୍ତ । ଏହି ସର୍ତ୍ତ ସହ ଋଷ ୟୁକ୍ରେନ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ଆଶା ରଖିଛି । ଏନେଇ ଋଷ ଆଶା ରଖିଛି କି ୟୁକ୍ରେନ ସରକାର ଏନେଇ ଯୁକ୍ତି ସଂଗତ ଓ ସକାରାତ୍ମ ହୋଇ ଆଲୋଚନା ପାଇଁ ପ୍ରସ୍ତୁତ ହେବ ।