ଏଲନ୍ ମସ୍କଙ୍କ ସହ କଥା ହେଲେ ରାଷ୍ଟ୍ରପତି ଜେଲେନସ୍କି, ହେବ ନାହିଁ ଇଣ୍ଟରନେଟ୍ ସମସ୍ୟା; ମିଳିବ ଷ୍ଟାରଲିଙ୍କ୍ ଟର୍ମିନାଲ୍

ukrainian-president-talks-to-elon-musk-there-will-be-no-internet-problem-new-starlink-terminal-will-be-available

ମେଟ୍ରୋଟିଭିଓଡିଶା(୬.୩.୨୦୨୨)

ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଏଲନ୍ ମସ୍କ ଖୋଲାଖୋଲି ଭାବରେ ୟୁକ୍ରେନ ସପକ୍ଷରେ ଠିଆ ହୋଇଛି । ୟୁକ୍ରେନରେ ଇଣ୍ଟରନେଟ୍ କନେକ୍ଟିଭିଟିକୁ ନେଇ ଏଲନ୍ ଲଗାତର ଭାବରେ କାମ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଭ୍ଲାଦିମୀର ଜେଲେନସ୍କି ସ୍ପେସ୍ ଏକ୍ସ ସିଇଓ ଏଲନ୍ ମସ୍କଙ୍କ ସହ କଥା ହୋଇଛନ୍ତି ଓ ଟୁଇଟ୍ କରି ସୂଚନା ଦେଇଛନ୍ତି ଯେ, ଆସନ୍ତା ସପ୍ତାହରେ ୟୁକ୍ରେନକୁ ଷ୍ଟାର୍ ଲିଙ୍କ୍ ଇଣ୍ଟରନେଟ୍ ଟର୍ମିନାଲ୍ ର ନୂଆ ବ୍ୟାଚ୍ ଦିଆଯିବ । ଏହା ଦ୍ୱାରା ଦେଶରେ ଇଣ୍ଟରନେଟ୍ ର କୌଣସି ଅଭାବ ରହିବ ନାହିଁ ।ଜେଲେନସ୍କି ଟୁଇଟ୍ କରି ଲେଖିଛନ୍ତି ଯେ, “ଏଲନ୍ ମସ୍କଙ୍କ ସହ କଥା ହୋଇଛନ୍ତି । ୟୁକ୍ରେନକୁ ସମର୍ଥନ କରୁଥିବାରୁ ମୁଁ ଧନ୍ୟ ମନେ କରୁଛି” ।

ଗୁରୁବାର ଦିନ ଏଲନ୍ ମସ୍କ କହିଥିଲେ ଯେ, ଷ୍ଟାରଲିଙ୍କ୍ ହେଉଛି ଏକ ମାତ୍ର ଅଣ-ରୁଷୀୟ କମ୍ୟୁନିକେସନ୍ ସିଷ୍ଟମ୍ । ଯାହା ଯୁଦ୍ଧକାଳୀନ ପରିସ୍ଥିତିରେ ବି ୟୁକ୍ରେନର କିଛି ସ୍ଥାନରେ କାମ କରୁଛି । ଭ୍ଲାଦିମୀର ଜେଲେନସ୍କି କହିଛନ୍ତି ଯେ, ଆସନ୍ତା ସପ୍ତାହରେ ନଷ୍ଟ ହୋଇଯାଇଥିବା ସହର ପାଇଁ ଆମକୁ ଷ୍ଟାରଲିଙ୍କ୍ ସିଷ୍ଟମ୍ ର ଆଉ ଏକ ବ୍ୟାଚ୍ ମିଳିବ । ଏହା ସହିତ ଦୁହିଁଙ୍କ ମଧ୍ୟରେ ସ୍ପେସ୍ ପ୍ରୋଜେକ୍ଟକୁ ନେଇ ଆଲୋଚନା ହୋଇଥିଲା ।ସୂଚନାଯୋଗ୍ୟ, ସ୍ପେସ୍ ଏକ୍ସ ସିଇଓ ଏଲନ୍ ମସ୍କ ଲଗାତର ଭ୍ରାବରେ ୟୁକ୍ରେନର ସହାୟତା କରିଆସୁଛନ୍ତି । ୟୁକ୍ରେନର ବିଭିନ୍ନ ସହରରେ ଇଣ୍ଟରନେଟ୍ ସେବା ଯୋଗାଇବାରେ ସାହାଯ୍ୟ କରୁଛନ୍ତି ।