ଅଳ୍ପ ବୟସରେ କାହିଁକି ଧଳା ହୋଇଯାଏ କେଶ ?

କେଶ ଝଡ଼ିବା ହେଉ କି, ମାତ୍ର ଅଳ୍ପ ବୟସରେ କେଶ ଧଳା ହୋଇଯିବା ପରି ସମସ୍ୟା ଦେଖିବାକୁ ମିଳିଲାଣି । ସବୁଠାରୁ ବଡ଼ କଥା ହେଉଛି ଏବେ ଛୋଟ ଛୋଟ ପିଲାଙ୍କ କ୍ଷେତ୍ରରେ ଏହା ଅଧିକ ଦେଖିବାକୁ ମିଳୁଛି । ଅଳ୍ପ ବୟସରେ ସେମାନଙ୍କ କେଶ ଧଳା ହୋଇଯାଉଛି । ଜେନେଟିକ୍ ସମ୍ବନ୍ଧୀୟ କାରଣ ହେଉ କି ଶରୀରରେ ଅନେକ ପୋଷକ ତତ୍ତ୍ୱର ଅଭାବ ହେତୁ ଏପରି ହେଉଥିବା କୁହାଯାଉଛି । ହେଲେ ଏହା ପଛର ପ୍ରକୃତ କାରଣ କ’ଣ ରହିଛି । ଆସନ୍ତୁ ଜାଣିବା…

କୁହାଯାଏ ଯେତେବେଳେ ହେୟାର ଫୋଲିକଲ୍ସ ପିଗମେଣ୍ଟ କୋଷ ମାଧ୍ୟମରେ ଆବଶ୍ୟକୀୟ ପରିମାଣର ମେଲାନିନ ଉତ୍ପାଦନ କରେ ନାହିଁ, ସେତେବେଳେ କେଶର ରଙ୍ଗ ଧଳା ହୋଇଥାଏ । ଯେପରିକି ଚାପ ବା ଚିନ୍ତାଗ୍ରସ୍ତ ରହିବା, ହରମୋନାଲ ପରିବର୍ତ୍ତନ କିମ୍ବା ଭିଟିଲିଗୋ ନାମକ ଏକ ଚର୍ମ ରୋଗ ହେତୁ କେଶରେ ପରିବର୍ତ୍ତନ ଦେଖାଦେଇଥାଏ । ଜଣନ୍ତୁ ଏହାର ୪ ପ୍ରମୁଖ କାରଣ…

ଭିଟାମିନ୍‌ ଅଭାବ
କେଶକୁ ମଜଭୁତ ରଖିବାକୁ ହେଲେ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ରହିଛି । ପୁଷ୍ଟିକର ଖାଦ୍ୟ ଖାଇବା ଦ୍ୱାରା କେଶର ରଙ୍ଗ କଳା ରହିଥାଏ । ଭିଟାମିନ୍ B12, ଆଇରନ୍‌ର ଅଭାବ ହେବା ଦ୍ୱାରା କେଶ ଦୁର୍ବଳ ହେବା ସହିତ ଧଳା ହୋଇଯାଇଥାଏ । ଏହି ପୋଷକ ତତ୍ତ୍ୱ ମେଲାନିନ ତିଆରି କରିବାରେ ଏବଂ କେଶ ଫୋଲିକଲଗୁଡ଼ିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।