ଖରା ଦିନରେ ଅଣ୍ଡା ଖାଇବା ଦ୍ୱାରା ଶରୀର ଆହୁରି ଗରମ ହୋଇଯାଏ ଏବଂ ପିଲାମାନେ ଖାସ କରି ଏହାକୁ ଖାଇବା ଦ୍ୱାରା ବିଶେଷ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବାସ୍ତବରେ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ଅଣ୍ଡା ଏକ ସୁପର ଫୁଡ୍ ଏହା ଶରୀରରେ ଅନେକ ପୋଷକ ତତ୍ତ୍ୱର ଅଭାବକୁ ସହଜରେ ଦୂର କରିପାରିବ। କିନ୍ତୁ ଯଦି ଆପଣ ଗ୍ରୀଷ୍ମ ଋତୁରେ ଆପଣଙ୍କ ପିଲାଙ୍କୁ ଅଣ୍ଡା ଖାଇବାକୁ ଦେବେ କି ନାହିଁ ଭାବୁଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍।
ଶିଶୁରୋଗ ବିଶେଷଜ୍ଞଙ୍କ ମତରେ ଅଣ୍ଡାରେ ପ୍ରଚୁର ପରିମାଣର ପ୍ରୋଟିନ୍, କ୍ୟାଲସିୟମ୍, ଭିଟାମିନ୍-ଏ, ଭିଟାମିନ୍-ଡି, ଏବଂ ଆଇରନ୍ ରହିଥାଏ। ଯାହା ପିଲାଙ୍କ ବଢିବାରେ ସାହାଯ୍ୟ କରିବା ସହ ବୃଦ୍ଧି ଶକ୍ତିକୁ ବଢାଇଥାଏ। ଅଣ୍ଡାରେ କୋଲିନ୍ ମଧ୍ୟ ରହିଛି। ଯାହାକି ଶିଶୁର ମସ୍ତିଷ୍କ ବିକାଶ ପାଇଁ ଜରୁରୀ ଅଟେ। ତେଣୁ ଆପଣ ପ୍ରତ୍ୟେକ ଋତୁରେ ପିଲାଙ୍କୁ ଅଣ୍ଡା ଖାଦ୍ୟ ଭାବେ ଦେବା ଜରୁରୀ। ଗ୍ରୀଷ୍ମ ଋତୁରେ ପିଲାଙ୍କୁ ଗୋଟିଏ ଲେଖାଏଁ ଅଣ୍ଡା ଖାଇବାକୁ ଦେଇପାରିବେ। ଗୋଟିଏ ଅଣ୍ଡା ଖାଇବା ଦ୍ୱାରା ପିଲାଟିର ଶରୀରକୁ ପୁଷ୍ଟିକର ଖାଦ୍ୟ ଯୋଗାଇଥାଏ ଏବଂ ସହଜରେ ହଜମ ହୋଇଥାଏ। ଯଦି ଗୋଟିଏରୁ ଅଧିକ ଅଣ୍ଡା ଗ୍ରୀଷ୍ମଋତୁରେ ଖାଇବାକୁ ଦେଉଛନ୍ତି ତେବେ ଏହା ଶରୀର ପାଇଁ ହାନିକାରକ ହୋଇପାରେ। କାରଣ ଅଣ୍ଡାରେ ପ୍ରୋଟିନ୍ ଭାରି ମାତ୍ରାରେ ରହିଥିବାରୁ ପିଲାଙ୍କର ହଜମ ହେବା କଷ୍ଟକର ହୋଇପାରେ।
Trending
- ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି , ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
Prev Post
Next Post