ଶ୍ରୀଜଗନ୍ନାଥବଲ୍ଲଭ ପାର୍କିଂରେ ହୋଇଥିବା ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ପ୍ରଦର୍ଶନୀକୁ ବନ୍ଦ କରିଦିଆଯାଇଛି ମହାପ୍ରଭୁଙ୍କର ୨୫ ପ୍ରକାରର ବେଶ ସାଙ୍ଗକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ୩ ରଥର ମିନିଏଚର ଶୋଭା ପାଉଥିଲା । ରାଜ୍ୟ ତଥା ରାଜ୍ୟ ବାହାରୁ ଯେଉଁ ଶ୍ରଦ୍ଧାଳୁମାନେ ଆସୁଥିଲେ, ସେମାନେ ପ୍ରଦର୍ଶନୀ ଭମଣ କରି ମହାପ୍ରଭୁଙ୍କ ବେଶ ଦେଖି ଆଧ୍ୟାତ୍ମିକ ଜ୍ଞାନ ଲାଭ କରୁଥିଲେ । ଏନେଇ ରାଜ୍ୟ ରାଜକୋଷରୁ ପ୍ରର୍ଯ୍ୟାପ୍ତ ପରିମାଣର ଟଙ୍କା ଖର୍ଚ୍ଚ କରାଯାଇଥିଲା । କିନ୍ତୁ ବିଜେଡି ସରକାରଙ୍କର ପରାଜୟ ପରେ ହଠାତ୍ ଏହି ପ୍ରଦର୍ଶନୀକୁ ବନ୍ଦ କରି ଦିଆଯାଇଛି ।ଗତ ୫ ତାରିଖରୁ ଏଠାରେ ବିଜୁଳି ସଂଯୋଗ କାଟିଦିଆଯାଇଛି । ସ୍ଥାପନ ହୋଇଥିବା ମହାପ୍ରଭୁଙ୍କ ବେଶ ସବୁ ଖୋଲିବା ଆରମ୍ଭ ହୋଇଛି । ଜାନୁଆରୀ ଠାରୁ ଏହି ପ୍ରଦର୍ଶନୀ ଶ୍ରଦ୍ଧାଳୁଙ୍କ ପାଇଁ ଆକର୍ଷଣର ଏକ କେନ୍ଦ୍ର ଥିଲା ।
Trending
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
Next Post