ଖୁବଶୀଘ୍ର ଆସୁଛି ‘ବାହୁବଳୀ’୩

bahubali 3

ମେଟ୍ରୋ ଟିଭି ଓଡିଶା (୫.୩ .୨୦୨୨)

: ସାଉଥର ଆଇକନିକ ଓ ବ୍ଲକବୁଷ୍ଟର ଫିଲ୍ମମାନଙ୍କ ମଧ୍ୟରେ ‘ବାହୁବଳୀ’ ସିରିଜ ଅନ୍ୟତମ। ସିରିଜର ନିର୍ମାତା ନିର୍ଦ୍ଦେଶକ ଏସ୍.ଏସ୍. ରାଜାମୌଳୀ ଏତେ ଶୀଘ୍ର ତାଙ୍କ ବହୁବଳୀ ଫ୍ରାଞ୍ଚାଇଜିରୁ ବାହାରକୁ ବାହାରୁନଥିବା ଜଣାପଡିଛି। ଏବେ ଏହି ସିରିଜର ତୃତୀୟ ଅଧ୍ୟାୟ ଲାଗି ରାଜାମୌଳୀ ପୁଣି ଥରେ ପ୍ରସ୍ତୁତି ଆରମ୍ଭ କରିଦେଇଥିବାର ସୂଚନା ଆସୁଛି। ନିଜେ ପ୍ରଭାସ ଏହି ସୂଚନା ଦେଇଛନ୍ତି। ହେଲେ ଏପର୍ଯ୍ୟନ୍ତ ଏହାର ଅଧିକାରୀକ ଘୋଷଣା ହୋଇ ନାହିଁ।

ରାଜାମୌଲୀ ଏବେ ତାଙ୍କର ‘ଆରଆରଆର’ ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ। ମାର୍ଚ୍ଚ ୨୫ ତାରିଖ ବେଳକୁ ଫିଲ୍ମ ପ୍ରେକ୍ଷାଳୟକୁ ଆସିଯିବ ବୋଲି ଆଶା କରାଯାଉଛି। ହୁଏତ ଏହି ଫିଲ୍ମ ପରେ ବାହୁବଳୀ-୩ ନେଇ ସ୍ପଷ୍ଚ ଚିତ୍ର ସାମ୍ନାକୁ ଆସିପାରେ। ଏକ ସାକ୍ଷାତକାରରେ ପ୍ରଭାସ ରାଜାମୌଲୀଙ୍କ ସହ ପୁଣି ହାତ ମିଳାଇ ପାରନ୍ତି ବୋଲି କହିଛନ୍ତି। ଏଥିରୁ ବାହୁବଳୀର ତୃତୀୟ ଅଧ୍ୟାୟ ଆରମ୍ଭ ହେଉଥିବାର ଆକଳନ କରାଯାଉଥିବା ବେଳେ ଦକ୍ଷିଣର ପ୍ରଶିଦ୍ଧ ଫିଲ୍ମ ସମୀକ୍ଷକ ଏମ.ବିଜୟାବାଲନ ଏକ ଟ୍ୱିଟ୍‌ କରି ପ୍ରଭାସଙ୍କ ଫ୍ୟାନସ୍‌ଙ୍କୁ ଅଧିକ ଉତ୍ସାହିତ କରିଦେଇଛନ୍ତି।