ମେଟ୍ରୋ ଟିଭି ଓଡିଶା (୫.୩ .୨୦୨୨) :
ପ୍ରିୟଙ୍କା ଗାନ୍ଧୀଙ୍କ ସ୍ଵାମୀ ତଥା ଉଦ୍ୟୋଗପତି ରବର୍ଟ ଭଦ୍ରା ଲୋକସଭା ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଉତ୍ତର ପ୍ରଦେଶର ମୁରାଦାବାଦରୁ ୨୦୨୪ ଲୋକସଭା ନିର୍ବାଚନ ଲଢିବାକୁ ଚାହୁଁଥିବା କହିଛନ୍ତି ଭଦ୍ରା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭଦ୍ରା କହିଛନ୍ତି ଅନେକ ଲୋକ ଚାହାନ୍ତି ମୁଁ ମୁରାଦାବାଦ ହେଉ କି ୟୁପିର ଅନ୍ୟ କୌଣସି ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇ ସଂସଦକୁ ଯାଏ। ଭଦ୍ରା କହିଛନ୍ତି, ଲୋକଙ୍କ ଇଚ୍ଛା ଅନୁଯାୟୀ, ମୁଁ ୨୦୨୪ ସାଧାରଣ ନିର୍ବାଚନରେ ଲଢିବି କି ନାହିଁ ତାହା ଉପରେ ବିଚାର କରିବି।

ମୁଁ ପ୍ରତିଦିନ ଜନତାଙ୍କ ସେବାରେ ଲାଗିଛି। ରାଜନୀତିରେ ପରିବର୍ତ୍ତନ ହୋଇ ପାରିବ ବୋଲି ସେମାନେ ଭରସା ରଖିଛନ୍ତି ଏବଂ ସେ ଲୋକଙ୍କ ଜୀବନକୁ ଉନ୍ନତ କରିବାକୁ ଚାହାନ୍ତି ବୋଲି ଭଦ୍ରା କହିଛନ୍ତି। ସେ କହିଛନ୍ତି, ନିର୍ବାଚନ ହେଉ କି ନ ହେଉ, ମୁଁ ସମଗ୍ର ଦେଶର ମନ୍ଦିର, ମସଜିଦ, ଚର୍ଚ୍ଚ ଏବଂ ଗୁରୁଦ୍ଵାର ଯାଇଥାଏ। ଯେବେ ମୁଁ ଏତେ ସମୟ ପ୍ରଯନ୍ତ କଠୋର ପରିଶ୍ରମ କରୁଛି, ତେବେ ମୋତେ ଲାଗୁଛି ମୁଁ ରାଜନୀତିରେ କିଛି ଭିନ୍ନ କରି ପାରିବି। ଯେବେ ପ୍ରିୟଙ୍କା ଗାନ୍ଧୀ ଘରକୁ ଆସନ୍ତି, ଆମେ ରାଜନୀତି ବିଷୟରେ ଆଲୋଚନା କରିଥାଉ। ଗାଁ ଲୋକଙ୍କ ପୀଡା କେମିତି ଦୂର ହୋଇ ପାରିବ ତା ଉପରେ ଆମେ ଆଲୋଚନା କରିଥାଉ ବୋଲି ଭଦ୍ରା କହିଛନ୍ତି।