ଜୀବନଶୈଳୀ ଏବଂ ଖାଦ୍ୟପେୟରେ ପରିବର୍ତ୍ତନ ମୁଖ୍ୟତଃ ଦାୟୀ। ତେଣୁ ପେଟରେ ଚର୍ବି ନ ହେବା ଲାଗି ସନ୍ତୁଳିତ ଖାଦ୍ୟାଭ୍ୟାସ ସହିତ ଠିକ୍ ସମୟରେ ଖାଇବା, ଶୋଇବା ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ।
ଖାଦ୍ୟ ତାଲିକାରେ ଫାଇବରଯୁକ୍ତ ଖାଦ୍ୟର ପରିମାଣ ବୃଦ୍ଧି କରନ୍ତୁ। ଏପରି କରିବା ଦ୍ୱାରା ପେଟ ଅଧିକ ସମୟ ଭର୍ତ୍ତି ରହିବା ସହ ଭୋକ କମ୍ ଲାଗିବ। ଯଦ୍ଦ୍ବାରା ଆପଣ ଅଧିକ ଖାଇବାଠାରୁ ଦୂରେଇ ରହିପାରିବେ ଏବଂ ପେଟ ମଧ୍ୟ କମିବାରେ ସାହାଯ୍ୟ କରିବ। ତେଣୁ ଫଳ, ପନିପରିବା, ଓଟ୍ସ ଆଦି ଫାଇବର୍ଯୁକ୍ତ ଖାଦ୍ୟ ଖାଆନ୍ତୁ।
ପ୍ରୋସେସ୍ଡ ଫୁଡ୍, ପ୍ୟାକେଜ୍ଡ ଫୁଡ୍ ଏବଂ ଫାଷ୍ଟଫୁଡ୍ ଆଦୌ ଖାଇବା ଠିକ୍ ନୁହେଁ। କାରଣ ଏଥିରେ ଅଧିକ ମାତ୍ରାରେ ତେଲ, ଘିଅ, ସୋଡିୟମ୍, ସୁଗାର ଭରି ରହିଥିବାରୁ ପେଟରେ ଚର୍ବି ବଢ଼ିଥାଏ ଏବଂ ମେଦବହୁଳତାର କାରଣ ସାଜିଥାଏ।
ସାଙ୍ଗସାଥୀଙ୍କ ସହ ମିଶି ଅନେକ ଯୁବପିଢ଼ି ବର୍ତ୍ତମାନ ଆଲ୍କହଲ୍ ପିଉଥିବା ଦେଖିବାକୁ ମିଳୁଛି। ହେଲେ ଏହି ବଦଭ୍ୟାସ ମଧ୍ୟ କେତେକଙ୍କଠାରେ ପେଟ ବଢ଼ିବା ଏବଂ ଅଣ୍ଟା ଚାରିପଟେ ମେଦବହୁଳ ହେବା ପାଇଁ ଦାୟୀ। କେବଳ ଏତିକି ନୁହେଁ, ଏହା ଅନ୍ୟାନ୍ୟ ଜଟିଳ ଶାରୀରିକ ସମସ୍ୟାର ମଧ୍ୟ କାରଣ ସାଜିଥାଏ।
ଖାଦ୍ୟ ତାଲିକାରେ ପ୍ରୋଟିନ୍ଯୁକ୍ତ ଖାଦ୍ୟ ସାମିଲ କଲେ ମଧ୍ୟ ଫ୍ୟାଟ୍ ଲସ୍ ହୋଇ ଶରୀର ଫିଟ୍ ରହିବ ଏବଂ ପେଟ ବି ସ୍ଲିମ୍ ହୋଇପାରିବ।
ଚିନି, ବିଭିନ୍ନ ପ୍ରକାରର ମିଠା, ଆଇସ୍କ୍ରିମ୍, କେକ୍ ଆଦି କାବ୍ରୋହାଇଡ୍ରେଟ୍ଯୁକ୍ତ ଖାଦ୍ୟ ଅଧିକ ଖାଇବା ଦ୍ୱାରା ମେଦବହୁଳତା ଦେଖାଦେଇଥାଏ। ବିଶେଷକରି ଅଧିକ ସମୟ ବସୁଥିବା ଯୁବପିଢ଼ିଙ୍କଠାରେ ଏଭଳି ଖାଦ୍ୟ ପେଟ ବଢ଼ାଇବାର ଏକ ବଡ଼ କାରଣ। ତେଣୁ ଯଥାସମ୍ଭବ ଏଭଳି ଖାଦ୍ୟ କମ୍ ଖାଆନ୍ତୁ।
ଅଧିକ ସମୟ ଗୋଟିଏ ଜାଗାରେ ବସିବ ନାହିଁ କିମ୍ବା ମୋବାଇଲ୍, କମ୍ପ୍ୟୁଟର ଆଦି ଦୀର୍ଘ ସମୟ ବସି ବ୍ୟବହାର କରନ୍ତୁ ନାହିଁ। ମଝିରେ ମଝିରେ ଉଠି ଚାଲନ୍ତୁ। ପ୍ରତିଦିନ ଯୋଗ, ବ୍ୟାୟାମ ଆଦି ନିଶ୍ଚୟ କରନ୍ତୁ। ଦେଖିବେ, ପେଟ ବଢ଼ୁଥିଲେ ଶୀଘ୍ର କମିଯିବ।
Trending
- ମାତ୍ର ୪ ମିନିଟ ଚାଲିବା ପରେ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି
- ରାହୁଲ ଦେଶରେ ନିଆଁ ଲଗାଇବାକୁ ଚାହୁଁଛନ୍ତି : ବିଜେପି
- ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
Prev Post
Next Post