ଦୈନନ୍ଦିନ ଜୀବନରେ ଅନେକ ଲୋକଙ୍କ ଆକାଉଣ୍ଟରୁ ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ଗାଏବ୍ ହୋଇଯାଉଛି । ସାଇବର ସେଲରେ ଅଭିଯୋଗ କଲେ ମଧ୍ୟ ଚୋରକୁ ଧରିବା ମୁସ୍କିଲ ହୋଇପଡ଼ୁଛି । ତେଣୁ ଏହିସବୁ ସମସ୍ୟାକୁ ଦୂର କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି ।ଡିଜିଟାଲ ଫ୍ରଡ ଉପରେ ଅଙ୍କୁଶ ଲଗାଇବା ପାଇଁ ଆରବିଆଇ ‘ଡିଜିଟାଲ ପେମେଣ୍ଟସ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ’ ପ୍ରତିଷ୍ଠା କରିବ । କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏନେଇ ଆଜି ଘୋଷଣା କରିଛନ୍ତି । ଡିଜିଟାଲ ପେମେଣ୍ଟକୁ ଆହୁରି ମଜବୁତ କରିବା ସହିତ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଆରବିଆଇ ଏହି ପଦକ୍ଷେପ ନେଇଛି ବୋଲି ଶ୍ରୀ ଦାସ କହିଛନ୍ତି । ସମଗ୍ର ଡିଜିଟାଲ ପେମେଣ୍ଟସ ଇକୋସିଷ୍ଟମରେ ନେଟୱାର୍କ ସ୍ତରରେ ବୁଦ୍ଧିମତା ଓ ରିଅଲ ଟାଇମ୍ ଡାଟା ଶେୟାରିଂ ପାଇଁ ଏହି ପ୍ଲାଟଫର୍ମ ସ୍ଥାପନ କରିବାକୁ ପ୍ରସ୍ତାବ ଦିଆଯାଇଛି ।ଏହି ପ୍ଲାଟଫର୍ମ ପ୍ରତିଷ୍ଠା ପାଇଁ ଆରବିଆଇ ଏକ କମିଟି ଗଠନ କରିଛି । ଏହା ବିଭିନ୍ନ ଦିଗ ଉପରେ ବିଚାର କରିବା ସହିତ କାର୍ଯ୍ୟ କରିବ । ଜନସାଧାରଣଙ୍କ ଡିଜିଟାଲ କାରବାରକୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଅନେକ ସମୟରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥାଏ ।
Trending
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
- ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
Next Post