କେଶ ବା ଟୁଟି ପାଇଁ ବହୁତ ଉପକାରୀ ଗ୍ରୀନ୍ ଟି
ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ । ତନ୍ମଧ୍ୟରୁ କେଶ ସମସ୍ୟା ଅନ୍ୟତମ । ଏହି ଋତୁରେ ବାୟୁମଣ୍ଡଳରେ ଅଧିକ ମାତ୍ରାରେ ପ୍ରଦୂଷଣ ମାତ୍ରା ପରିଲିକ୍ଷିତ ହୋଇଥାଏ । ଯାହାଫଳରେ ଏହାର କୁପ୍ରଭାବ ବିଶେଷ କରି କେଶ ଉପରେ ପଡିଥାଏ । କେଶ ଝଡିବା, ରୂପୀ ହେବା ଆଦି ସମସ୍ୟା ଦେଖାଦେଇଥାଏ । କଣ ଆପଣ ଜାଣନ୍ତି ଗ୍ରୀନ୍ ଟି କେଶ ବା ଟୁଟି ପାଇଁ ବହୁତ ଉପକାରୀ ଅଟେ । ତେବେ ଆସନ୍ତୁ ଜାଣିବା କେଶ ପାଇଁ ‘ଗ୍ରୀନ୍ ଟି’ କେତେ ଉପକାରୀ ।ପ୍ରଥମେ ଅଧା ଲିଟର ପାଣି ନିଅନ୍ତୁ । ସେଥିରେ ପ୍ରାୟ ୩ ରୁ ୪ଟି ଗ୍ରୀନ୍ ଟି ବ୍ୟାଗ୍ ନେଇ ୧୦-୧୫ମିନିଟ୍ ବୁଢ଼ାଇ ରଖନ୍ତୁ । ଏହା ପରେ ପ୍ରଥମେ କେଶକୁ ଭଲ ଭାବେ ସାମ୍ପୋ କରି ସଫା କରିଦିଅନ୍ତୁ । ଏହାପରେ ଏହି ଗ୍ରୀନ୍ ଟିର ପାଣିକୁ ନେଇ ପୁନଶ୍ଚ କେଶକୁ ଭଲ ଭାବରେ ଧୋଇଦିଅନ୍ତୁ। ଏହା ପରେ ସାଧା ପାଣିରେ କେଶକୁ ଧୋଇ ଭଲ ଭାବେ କେଶକୁ ଫୋଛିଦିଅନ୍ତୁ । ଏପରି ମାସକୁ ୨ ରୁ ୩ ଥର କରିବା ଦ୍ୱାରା ଦେଖିବେ କିପରି ଆପଣଙ୍କ କେଶରେ ଫରକ ଆସିବ ।ଗୋଟେ ପାତ୍ରରେ ଗ୍ରୀନ୍ ଟି ପ୍ରସ୍ତୁତ କରନ୍ତୁ । ଏହାପରେ ଏହି ଟିରେ କିଛି ଲେମ୍ବୁର ରସ ଏବଂ କିଛି ନଡିଆ ତେଲ ଭଲ ଭାବେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ଆପଣଙ୍କ କେଶରେ ପ୍ରାୟ ୪ ରୁ ୫ମିନିଟ୍ ପଯ୍ୟନ୍ତ ମାଲିସ କରି ଅଧଘଣ୍ଟା ପାଇଁ ଛାଡିଦିଅନ୍ତୁ ।ଏହାପରେ କେଶକୁ ଭଲ ଭାବେ ଧୋଇଦିଅନ୍ତୁ । ଏହାପରେ ଆପଣ ଆପଣଙ୍କ କେଶରେ ଆସିଥିବା ଫରକକୁ ବେଶ୍ ଭଲ ଭାବେ ଜାଣି ପାରିବେ ।କିଛି ଗ୍ରୀନ୍ ଟି ପାଉଡ଼ର ନେଇ ସେଥିରେ କିଛି ପାଣି ମିଶାଇ ବହଳିଆ ଭାବେ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାପରେ ସେଥିରେ ଏକ ଅଣ୍ଡାକୁ ଫଟାଇ ଭଲଭାବେ ଗ୍ରୀନ୍ ଟିର ମିଶ୍ରଣ ସହିତ ମିଶାଇ ଦିଅନ୍ତୁ । ଦୁଇଟି ଜିନିଷକୁ ଭଲ ଭାବରେ ମିଶାଇବା ପରେ ଏହାକୁ ଦୁଇ ହାତରେ ଭଲ ଭାବେ ନେଇ କେଶରେ ମାଲିସ ବା ମସାଜ କରନ୍ତୁ ।ଏହାପରେ ପାଖାପାଖି ଏକ ଘଣ୍ଟା ତାକୁ ଶୁଖିବା ପାଇଁ ଛାଡିଦିଅନ୍ତୁ ।ଶୁଖିଯିବା ପରେ ଯେକୌଣସି ସଲ୍ଫେଟ୍ ମୁକ୍ତ ସାମ୍ପୋରେ କେଶକୁ ଭଲ ଭାବେ ଧୋଇ ନିଅନ୍ତୁ । ଦେଖିବେ ଏପରି କରିବା ଦ୍ବାରା ଆପଣଙ୍କ କେଶରେ ଥିବା ସମସ୍ୟା ଦୁର ହୋଇଯିବା ସହ କେଶର ଚମକକୁ କିପରି ବଢାଇଦବ ।