ବଲିଉଡର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ମଲାଇକା ଅରୋରା ଏବଂ ଅର୍ଜୁନ କପୁର। ପରସ୍ପରପ୍ରତି ସମ୍ମାନ, ବିନା ଦ୍ୱେଶ, କ୍ରୋଧରେ ଦୁହେଁ ଅଲଗା ହୋଇଛନ୍ତି। ଏବେ ସେମାନେ ନିଜ ନିଜ ଜୀବନ ଉପରେ ଧ୍ୟାନ ଦେବେ ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।୨୦୧୮ରୁ ଅର୍ଜୁନଙ୍କୁ ଡେଟ୍ କରି ଆସୁଥିଲେ ମଲାଇକା। ସେତେବେଳେ ଏକାଠି ଅନେକ ପାର୍ଟିରେ ନଜର ଆସୁଥିଲେ ହେଁ ସମ୍ପର୍କକୁ ନେଇ କେହି ମୁହଁ ଖୋଲୁ ନ ଥିଲେ। ପରେ ୨୦୧୯ରେ ଅର୍ଜୁନଙ୍କ ଜନ୍ମଦିନରେ ମଲାଇକା ଉଭୟଙ୍କ ଫଟୋ ଶେୟାର କରି ସମ୍ପର୍କକୁ ନେଇ ଘୋଷଣା କରିଥିଲେ। ସେବେଠାରୁ ସୋସିଆଲ ମିଡିଆରେ ଛୁଟିରେ ବିତାଇଥିବା ମୂହୁର୍ତ୍ତର ଫଟୋ ସେମାନେ ଶେୟାର କରିଆସୁଥିଲେ।ପୂର୍ବରୁ ଅଭିନେତା-ପ୍ରଯୋଜକ ଅରବାଜ୍ ଖାନଙ୍କୁ ବିବାହ କରିଥିଲେ ମଲାଇକା। ୨୦୧୭ରେ ଦୁହେଁ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ। ସେମାନଙ୍କର ଏକ ପୁଅ ଅରବାଜ ରହିଛି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post