କ୍ରମାଗତ ୫ଦିନ ଶେୟାର ବଜାରରେ କାରବାର ହ୍ରାସ ଘଟିବା ନିବେଶକମାନଙ୍କୁ ନିରାଶ କରିଛି। ୫ ଦିନରେ ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ନିବେଶ ହରାଇଥିବା ଷ୍ଟକ୍ ମାକେର୍ଟ ତଥ୍ୟରୁ ଜଣାପଡ଼ିଛି। ଗୁରୁବାର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୪୨୦ଲକ୍ଷ କୋଟି ଟଙ୍କାରୁ ହ୍ରାସ ପାଇ ୪୧୦ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ବୁଧବାର କାରବାର ଶେଷରେ ବଜାର ପୁଞ୍ଜି ୪୧୫.୧୦ ଲକ୍ଷ କୋଟି ଟଙ୍କା ଥିଲା। ହେଲେ ଗୁରୁବାରର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୪.୭ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୪୧୦.୪୦ ଲକ୍ଷ କୋଟିରେ ରହିଛି। ବିଶେଷକରି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବା ବିଏସ୍ଇ୩୦ ବିଶିଷ୍ଟ ଶେୟାର ସର୍ବାଧିକ କ୍ଷତି ସହିଥିଲାବେଳେ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ)ର ନିଫ୍ଟି ୫୦ର ନିବେଶକମାନେ ମଧ୍ୟ ବ୍ୟାପକ ଭାବେ ନିବେଶ ହରାଇଛନ୍ତି।
ସାଧାରଣ ନିର୍ବାଚନର ସମ୍ଭାବ୍ୟ ଫଳାଫଳକୁ ନେଇ ଆଶଙ୍କାରେ ଥିବା ବିଦେଶୀ ନିବେଶକମାନେ ବଜାରରୁ ପୁଞ୍ଜି ପ୍ରତ୍ୟାହର କରୁଥିବାବେଳେ ଷ୍ଟକ୍ ମାକେର୍ଟର କାରବାର ହ୍ରାସ ପାଇଛି। ଏପରିକି ଗୁରୁବାର ଶେୟାର ବଜାରର କାରବାର ଶେଷ ସୁଦ୍ଧା ବିଏସ୍ଇ ସେନ୍ସେକ୍ସ ୬୧୭.୩୦ ପଏଣ୍ଟ ବା ୦.୮୩% ହ୍ରାସ ପାଇ ୭୩,୮୮୬(୭୩,୮୮୫.୬୦) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିପରି ନିଫ୍ଟି୫୦ ସହ ୨୧୬.୦୫ ପଏଣ୍ଟ ବା ୦.୯୫% ହ୍ରାସ ପାଇ ୨୨, ୪୮୯ ଅଙ୍କରେ ପହଞ୍ଚତ୍ଛି।ସେହିପରି ବିଏସ୍ଇ ସ୍ମଲ୍କ୍ୟାପ୍ ୧.୨୧% ଏବଂ ବିଏସ୍ଇ ମିଡ୍କ୍ୟାପ୍ ୧.୩୩% ହ୍ରାସ ପାଇଥିବାବେଳେ ନିଫ୍ଟି ମିଡ୍କ୍ୟାପ୍ ୧.୩୪% ଏବଂ ନିଫ୍ଟି ସ୍ମଲ୍କ୍ୟାପ୍ ୧.୪୧% ହ୍ରାସ ପାଇଛି। ଅନ୍ୟପକ୍ଷରେ ନିଫ୍ଟି ବ୍ୟାଙ୍କିଙ୍ଗ୍ ୦.୩୭% ବୃଦ୍ଧି ହୋଇଛି ବୋଲି ଶେୟାର ବଜାର ପକ୍ଷରୁ ସୂଚନା ଦିଆଯାଇଛି।
Trending
- ରାଜ୍ୟରେ ମୋଟ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଥିବା ବେଳେ ୧୯,୯୨୪ ଜଣଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
- ଅନ୍ତର୍ଜାତୀୟ ରଜ ଉତ୍ସବ ଉପରେ କାଳବୈଶାଖୀ ମାଡ଼,ବ୍ୟବସାୟୀଙ୍କ ସାମଗ୍ରୀରେ ପାଣି ପଶି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
- ଖାନ ସାରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ଏକ ମାମଲା ରୁଜୁ
Prev Post
Next Post